fbpx

ସରକାରୀ କର୍ମଚାରୀ ପାଇଁ ବଢିଲା ଗୃହ ନିର୍ମାଣ ଋଣ ସହାୟତା ପରିମାଣ: ଜାଣନ୍ତୁ କେତେ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଗୃହ ନିର୍ମାଣ ଋଣକୁ ନେଇ ଚିନ୍ତାରେ ଥିବା ସରକାରୀ ଚାକିରିଆଙ୍କ ପାଇଁ ଆସିଛି ଖୁସିଖବର । ସପ୍ତମ ବେତନ କମିଶନ ସୁପାରିଶ ଭିତ୍ତିରେ ରାଜ୍ୟ ସରକାର ସରକାରୀ କର୍ମଚାରୀମାନଙ୍କ ପାଇଁ ଗୃହ ନିର୍ମାଣ ସହାୟତା ରାଶିକୁ ୨୫ ଲକ୍ଷ ଟଙ୍କାରୁ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ସୁଧ ହାର ପରିମାଣ ମଧ୍ୟ୍ୟ କମାଯାଇ ୮ ପ୍ରତିଶତ ରଖାଯାଇଛି । ଏହି ଋଣ ୬୦-୪୦ ଅନୁପାତରେ ଦୁଇଟି ପର୍ଯ୍ୟାୟରେ କର୍ମଚାରୀ ମାନଙ୍କୁ ଦିଆଯିବ ।

ପୂର୍ବରୁ ୨୦୧୦ରେ ଲାଗୁ କରାଯାଇଥିବା ଗୃହ ନିର୍ମାଣ ସହାୟତା ନିୟମ ଅନୁଯାୟୀ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯାଉଛି ଏବଂ ଏଥିରେ ସର୍ବାଧିକ ସୁଧ ହାର ୧୧.୫ ପ୍ରତିଶତ ଥିଲା ।

ବର୍ତ୍ତମାନ ଗୃହ ନିର୍ମାଣ ସହାୟତା ପରିମାଣ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବା ସହିତ ସୁଧ ପରିମାଣ ୮ ପ୍ରତିଶତକୁ ହ୍ରାସ କରାଯାଇଛି । ଜାତୀୟ ପେନସନ୍ ସ୍କିମ୍ ଅଧୀନସ୍ଥ କର୍ମଚାରୀଙ୍କ ସହିତ ସମସ୍ତ ସ୍ଥାୟୀ ସରକାରୀ କର୍ମଚାରୀ ଏହି ସହାୟତା ପାଇପାରିବେ ।

Get real time updates directly on you device, subscribe now.