ନୂଆଦିଲ୍ଲୀ: ସେଦିନ ବି ଥିଲା ୨୯, ସେପ୍ଟେମ୍ବର । ଭାରତ ପାଇଁ ଯାହା ଆଣି ଦେଇଥିଲା ଗର୍ବ କରିବାର ଆଉ ଏକ ସୁଯୋଗ । ପ୍ରତିଟି ଭାରତୀୟଙ୍କ ଆଖିରେ ଥିଲା ପ୍ରତିଶୋଧର ନିଆଁ । ହଠାତ ମଣିଷରୁ ଭୟଙ୍କର ଜ୍ୱଳନ୍ତା ଉଲକା ପିଣ୍ଡ ପାଲଟି ଯାଇଥିଲେ ଭାରତର ବୀର ଯବାନ । ସତେ କି ନିଦରୁ ଉଠି ପଡିଥିଲା ଶୋଇଥିବା ସିଂହ । ଯୋଉ ସିଂହର ପଞ୍ଝାମାଡରେ ମାଟି କାମୁଡିଥିଲା ପାକିସ୍ତାନ । ପାକିସ୍ତାନ ଘରେ ପଶି ଇଣ୍ଡିଆନ ଆର୍ମି ନେଇଥିଲେ ବଦଲା । ସେହି ଗୋଟିଏ ରାତି ଆତଙ୍କୀର ଟୋପା ଟୋପା ରକ୍ତ ବିନ୍ଦୁରେ ଲେଖା ହୋଇଥିଲା ବୀରତ୍ୱର ଆଉ ଏକ ନୂଆ କାହାଣୀ । ଯାହାର ନାଁ ଥିଲା “ସର୍ଜିକାଲ ଷ୍ଟ୍ରାଇକ’ ।
ଆଜି ସେହି ସର୍ଜିକାଲ ଷ୍ଟ୍ରାଇକକୁ ୬ ବର୍ଷ ବିତି ଯାଇଛି ସତ, କିନ୍ତୁ ପାକିସ୍ତାନ ଯବାନ କ୍ୟାମ୍ପରେ ଏବେ ବି ସେଦିନର ସେ ଭୟ ଦେଖିବାକୁ ମିଳିଛି । ଭାରତୀୟ ଯବାନଙ୍କ ବୀରତ୍ୱ ଆଉ ସାହସ ଆଗରେ ମୁଣ୍ଡ ତଳକୁ କରି ଛିଡା ହୋଇଛି ପାକିସ୍ତାନର ଆତଙ୍କୀ ସଂଗଠନ । ଅବଶ୍ୟ ଇଣ୍ଡିଆନ ଆର୍ମି ପାଇଁ ସହଜ ନଥିଲା ଏହି କାମ । କିନ୍ତୁ ଇଣ୍ଡିଆନ ଆର୍ମିର ପାଇଁ ଏଇଟା ଅସମ୍ଭବ ବି ନଥିଲା । ପ୍ରତିଶୋଧର ନିଆଁରେ ଜଳି ଯାଇଥିଲା ପାକିସ୍ତାନର ଆତଙ୍କୀ ସଂଗଠନ ।
୨୦୧୬ ମସିହା ୧୮ ସେପ୍ଟେମ୍ବରରେ ୧୯ ଜଣ ଭାରତୀୟ ଯବାନଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ ପାକିସ୍ତାନର ଆତଙ୍କୀ । ଭାବିଥିଲେ ସବୁ ଥର ଭଳି ଆଜି ବି ଚୁପ ରହିବ ଭାରତ । କିନ୍ତୁ ସେମାନେ ଜାଣି ନଥିଲେ ନିଆଁ ପିଣ୍ଡୁଳା ଭିତରେ ହାତ ପୁରାଇବା ନିଜ ପାଇଁ ହିଁ କ୍ଷତି ହୋଇଥାଏ । ଯାହା ପରେ ତାଙ୍କୁ ଚେତାଇ ଦେଇଥିଲା ଇଣ୍ଡିଆନ ଆର୍ମି । ସାଥୀ ଯବାନଙ୍କ ଚିତାକୁ ଶପତ କରି, ସେମାନଙ୍କ ପରିବାର ଲୋକଙ୍କ ଆଖିରେ ଥିବା ଲୁହ ପୋଛିବା ପାଇଁ ମୁଣ୍ଡରେ କଫନ ବାନ୍ଧିଥିଲା ଇଣ୍ଡିଆନ ଆର୍ମି । ଦେଖାଇଥିଲା ଦମ୍ ଆଉ ପାକିସ୍ତାନକୁ ବୁଝାଇ ଦେଇଥିଲା ପ୍ରତିଶୋଧର ପରିଣାମ ।
ରାତାରାତି ପିଓକେରେ ପଶି ଗୋଟି ଗୋଟି କରି ଆତଙ୍କୀମାନଙ୍କୁ ନିପାତ କରିଥିଲା ଇଣ୍ଡିଆନ ଆର୍ମି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆର୍ମିର କିଛି ବଡ ବଡ ପଦବୀରେ ଥିବା ଆର୍ମି ଚିଫଙ୍କୁ ନେଇ ଆରମ୍ଭ ହୋଇଥିଲା ସିକ୍ରେଟ ମିଶନ । ପାକିସ୍ତାନ ତ ଛାଡ ଭାରତର କିଛି ଯବାନଙ୍କୁ ଛାହିଦେଲେ ଅନ୍ୟମାନଙ୍କୁ ବି ଏ ବିଷୟରେ କିଛଇ ଖବର ନଥିଲା । ବାସ୍… ଆରମ୍ଭ ହୋଇତିଲା ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ । ସହଜ ନଥିଲା ଏ ଯୁଦ୍ଧ । ପାକିସ୍ତାନ ବର୍ଡରରେ ସୁରକ୍ଷାକୁ ଆହୁରି ବଢାଇ ସାରିଥିଲା । ଏହାପରେ ବି ପଛଘୁଞ୍ଚା ଦେଇ ନଥିଲା ଇଣ୍ଡିଆନ ଆର୍ମି । ପାରା ଏସଏଫ କମାଣ୍ଡୋର ଯବାନମାନଙ୍କୁ ମିଳିଲା ଏହି ଯୁଦ୍ଧର ଦାୟିତ୍ୱ । ତାଙ୍କ ପାଇଁ ଭାରତ ରଖି ନଥିଲା କିଛି ବି ରେଷ୍ଟ୍ରିକ୍ସନ । ବାସ ଟାର୍ଗେଟ ଥିଲା, ୧୫୦ ଆତଙ୍କୀ ଭିତରୁ କେହି ଜଣେ ବି ବବଞ୍ଚି ନଯାଏ । ଆଖିରେ ପ୍ରତିଶୋଧର ନିଅାଁ ନେଇ ଭୋର ସମୟରେ ପିଓକେରେ ଏଣ୍ଟ୍ରି, ଆଉ ତାପରେ ଯାହା ହେଲା ତାହା ପାଲଟିଗଲା ସ୍ୱର୍ଣ୍ଣିମ ଅକ୍ଷରର ଇତିହାସ । ଏଲଓସିରେ ଗୋଟି ଗୋଟି କରି ସବୁ ଆତଙ୍କବାଦୀଙ୍କୁ ମାରି ଚାଲିଲେ ଯବାନ । ନିଦରେ ଶୋଇଥିବା ଆତଙ୍କବାଦକୁ ସବୁ ଦିନ ପାଇଁ ଶାନ୍ତି ନିଦ୍ରା ଉପହାର ଦେଇ ଆସିଥିଲା ଭାରତର ସେହି ଟିମ୍ । ସେଦିନ ଯିଏ ବି ଫାୟାରିଂ ଶବ୍ଦରେ ଉଠି ଯାଇଥିଲା, ସେ ଆର୍ମି ଡ୍ରେସ ତଳେ ନିଜର କାଳକୁ ଦେଖିଥିଲା । ୨୫ ଜଣ କମାଣ୍ଡୋ ବର୍ଡର କ୍ରସ କରି ୧୫୦ ଆତଙ୍କୀଙ୍କୁ ମୃତ୍ୟୁଶଯ୍ୟାରେ ଶୁଆଇ ଦେଇ ଫେରି ଆସିଥିଲା ଇଣ୍ଡିଆନ ଆର୍ମି । କିଛି ଯବାନ ଆହତ ହୋଇଥିଲେ କିନ୍ତୁ ସାଥୀ ଯବାନଙ୍କ ସେ ବଳିଦାନକୁ ଭାବି ଅଟକି ନଥିଲେ । ଗୁଳିରେ ପାକିସ୍ତାନୀ ଆତଙ୍କବାଦୀଙ୍କ ରକ୍ତରେ ଲେଖି ଦେଇଥିଲେ ପ୍ରତିଶୋଧର କାହାଣୀ ।
ପରଦିନ ସକାଳୁ ଭାରତ ନୁହେଁ, ସାରା ବିଶ୍ୱ ଶୁଣିଥିଲା ଗୋଟିଏ ନୂଆ ଶବ୍ଦ- ସର୍ଜିକାଲ ଷ୍ଟ୍ରାଇକ । ଉରି ଆଟାକରେ ସହିଦ ହୋଇଥିବା ପ୍ରତିଟି ଯବାନଙ୍କ ପରିବାର ଆଖିରେ ଥିଲା ଖୁସିର ଲୁହ । ଭାରତୀୟ ବୋଧହୁଏ ଯବାନକୁ ପ୍ରଥମ ଥର ପାଇଁ ଲୁହ ଭିଜା ଆଖିରେ ଦେଖିଥିଲା ସାରା ଭାରତ । ଆଉ ଏହି ସର୍ଜିକାଲ ଷ୍ଟ୍ରାଇକ ହଁ ସେହି ବୀର ଯବାନମାନଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳୀ ହୋଇଛି । ଆଜି ସେହି ଦିନକୁ ପୁରିଛି ୬ ବର୍ଷ । ତେଣୁ ଆଜି ବି ସେଦିନ ମନେ ପଡିଲେ ପ୍ରତିଟି ଭାରତୀୟଙ୍କ ଛାତି ଗର୍ବରେ ଫୁଲିଉଠେ ଆଉ ଲୋମ ଟାଙ୍କୁରି ଉଠେ । ଆଉ ମନରୁ ଶବ୍ଦ ଆସେ, ସାଲ୍ୟୁଟ-ଇଣ୍ଡିଆନ ଆର୍ମି…