fbpx

ସହଜ କିସ୍ତିରେ କରିପାରିବେ ଶ୍ରୀ ରାମାୟଣ ଯାତ୍ରା, IRCTC ଆଣିଲା ଏହି ସୁବିଧା

ଭାରତୀୟ ରେଳ ଭାରତ ଗୌରବ ଟୁରିଷ୍ଟ ଟ୍ରେନ ଆରମ୍ଭ କରିଛି । ଏହି ଯୋଜନା ଅନ୍ତର୍ଗତ ପ୍ରଥମ ଟ୍ରେନ୍ “ଶ୍ରୀ ରାମାୟଣ ଯାତ୍ରା’ ର ଆରମ୍ଭ ୨୧ ଜୁନ୍ ରେ କରାଯିବ । ଏହି ଯାତ୍ରାରେ ଶ୍ରୀରାମଙ୍କ ସହ ଜଡ଼ିତ ସମସ୍ତ ସ୍ଥାନର ପରିଦର୍ଶନ କରିବାକୁ ସୁଯୋଗ ମିଳିବ ।

ଭାରତ ଗୌରବ ଟୁରିଷ୍ଟ ଟ୍ରେନ୍ ଅନ୍ତର୍ଗତ ଚାଲୁଥିବା “ଶ୍ରୀ ରାମାୟଣ ଯାତ୍ରା’ ରେ ଯାତ୍ରା କରିବା ପାଇଁ ଟ୍ରେନର ଭଡ଼ା ୬୨୩୦୦ ଟଙ୍କା ରହିଛି । କିନ୍ତୁ ଯଦି କେହି ବ୍ୟକ୍ତି ଏହି ଟ୍ରେନରେ ଯାତ୍ରା କରିବାକୁ ଚାହୁଛନ୍ତି ଏବଂ ତାଙ୍କ ପାଖରେ ଆଡଭାନ୍ସ ଦେବାକୁ ସକ୍ଷମ ହେଉନାହାଁନ୍ତି ତଥାପି ସେମାନେ ଏହି ଯାତ୍ରା କରିପାରିବେ । ଏହି ବ୍ୟକ୍ତିମାନଙ୍କ ପାଇଁ ଭାରତୀୟ ରେଳବାଇ ଆଣ୍ଡ୍ କ୍ୟାଟେରିଙ୍ଗ ଆଣ୍ଡ୍ ଟୁରିଜିମ କର୍ପୋରେସନ ଇଏମଆଇ ବ୍ୟବସ୍ଥା କରିଛି । ଇଏମଆଇ ମାଧ୍ୟମରେ ଟଙ୍କା ପୈଠ କରିପାରିବେ । ଇଏମଆଇର ସୁବିଧା ଦୁଇ ମାସରୁ ଆରମ୍ଭ କରି ୨୪ ମାସ ପର୍ଯ୍ୟନ୍ତ ଉପଲବ୍ଧ ରହିଛି । ଯେଉଁଥିରେ ଲୋକମାନେ ଭାଗବାନ ଶ୍ରୀରାମଙ୍କ ସହ ସମ୍ବନ୍ଧିତ ସ୍ଥାନର ଦର୍ଶନ କରିପାରିବେ ।

କେବଳ ସେତିକି  ନୁହେଁ ଆଇଆରସିଟିସି ଟ୍ରେନର ଉଦଘାଟନ ଅବସରରେ ପ୍ରଥମ ୧୦୦ ବୁକିଂ ଉପରେ ୧୦ ପ୍ରତିଶତ ରିହାତିର ମଧ୍ୟ ଘୋଷଣା କରିଛନ୍ତି । ଏହି ଭଳି ପ୍ରାୟ ୬୦୦୦ ଟଙ୍କା ଭଡ଼ା କମ୍ ହୋଇଯିବ । ଅର୍ଥାତ୍ ପ୍ରଥମେ ବୁକିଂ କରିଥିବା ଲୋକଙ୍କୁ ୫୬ ହଜାର ପାଖାପାଖି ଭଡ଼ା ରହିବ । ଇଚ୍ଛୁକ ବ୍ୟକ୍ତି ଯାତ୍ରା କରିବା ପାଇଁ ଆଇଆରସିଟିସି ପେଟିଏମ ଏବଂ ରାଜୋର ପେ ଦ୍ୱାରା ଟଙ୍କା ପୈଠ କରିପାରିବେ ।

ଏହି ଟ୍ରେନ ସଂପୂର୍ଣ୍ଣ ଥାର୍ଡ ଏସି ରହିବ, ଭଡ଼ାରେ ଯାତ୍ରା ସହ ଜଳଖିଆ, ଲଞ୍ଚ, ଡିନର ରହିବା ଏବଂ ଲୋକାଲ ଟ୍ରାନ୍ସପୋର୍ଟ ଏବଂ ଗାଇଡ ସବୁକିଛି ସାମିଲ ରହିଛି । ଏହି ଯାତ୍ରା ୧୮ ଦିନ ପାଇଁ ରହିବ ଯେଉଁଥିରେ ଯାତ୍ରୀ ୮୦୦୦ କିମି ବୁଲିବେ । ଟ୍ରେନ ଭଗବାନ ଶ୍ରୀରାମଙ୍କ ଜୀବନ ସହ ଜଡ଼ିତ ସ୍ଥାନଗୁଡ଼ିକର ଦର୍ଶନ କରାଇବ ।

Get real time updates directly on you device, subscribe now.