ଆଗମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ କାଳବୈଶାଖି ହେବାର ପୁର୍ବାନୁମାନ କରିଛି ଆଞ୍ଚଳିିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର । ଏହାକୁ ଦୃଷ୍ଟିରେ ରଖି ଏହି ୭ ଜିଲ୍ଲାକୁ ହଳଦିଆ ଚେତାବନୀ ଜାରି କରାଯାଇଛି । ଏଥି ସହିତ ବଜ୍ରପାତ ଘଡ଼ଘଡ଼ି ସମୟରେ ଘରୁ ନବାହାରିବାକୁ ପରାମର୍ଷ ଦିଆଯାଇଛି ।
ସେହିପରି ରବିବାର ଅର୍ଥାତ୍ ୧୭ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି,କନ୍ଧମାଳ ଏବଂ ଗଞ୍ଜାମ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷ ନେଇ ହଳଦିଆ ଚେତାବନୀ ଜାରି କରାଯାଇଛି । ତେବେ ଆଗାମୀ ୫ଦିନରେ ତାପମାତ୍ରାରେ କୌଣସି ପରିବର୍ତ୍ତ ଆସିବାର ସମ୍ଭାବନା ନାହିଁ । ଏହି ସମୟରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀରୁ ସାମାନ୍ୟ ଅଧିକ ରହିବ । କିଛି ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହିବ ।