ମଧ୍ୟପ୍ରାଚ୍ୟରେ ବନ୍ଦ ହେବ ଯୁଦ୍ଧ! ଲେବାନନ୍ ସହ ଅସ୍ତ୍ରବିରତି ଚୁକ୍ତିନାମାକୁ ଇସ୍ରାଏଲ କ୍ୟାବିନେଟର ସମର୍ଥନ

ନୂଆଦିଲ୍ଲୀ: ଇସ୍ରାଏଲ ବର୍ତ୍ତମାନ ଲେବାନନ୍ ସହିତ ଅସ୍ଥାୟୀ ଅସ୍ତ୍ରବିରତି ପାଇଁ ରାଜି ହୋଇଛି। ଇସ୍ରାଏଲର ସୁରକ୍ଷା କ୍ୟାବିନେଟ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ପରେ ବର୍ତ୍ତମାନ ଏହି ଚୁକ୍ତି ତୁରନ୍ତ କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି। କିନ୍ତୁ ଲେବାନନ୍ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଭାବେ ସହମତି ମିଳିନାହିଁ। ଏହି ଚୁକ୍ତି ବୁଧବାର ଦିନ ସ୍ଥାନୀୟ ସମୟ ସକାଳ ୪ଟାରେ ଲାଗୁ ହେବ। ଏହା ପୂର୍ବରୁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ କାର୍ଯ୍ୟାଳୟ ଘୋଷଣା କରିଛି ଯେ, ତାଙ୍କ ମନ୍ତ୍ରୀମାନେ ଏହି ଚୁକ୍ତିକୁ ମଞ୍ଜୁରୀ ଦେଇସାରିଛନ୍ତି। ଏହା ପୂର୍ବରୁ, ଲେବାନନର ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ବୋଓ ହବୀବ ଇଟାଲୀରେ ଜି-୭ ବୈଠକରେ କହିଥିଲେ ଯେ, ମଙ୍ଗଳବାର ରାତି ମଧ୍ୟରେ ଅସ୍ତ୍ରବିରତି ହୋଇଯିବ।

ରିପୋର୍ଟ ମୁତାବକ, ଇସ୍ରାଏଲର ସୁରକ୍ଷା କ୍ୟାବିନେଟର ସହମତି ପରେ ଏହି ଚୁକ୍ତି ବର୍ତ୍ତମାନ କ୍ୟାବିନେଟ ସମ୍ମୁଖରେ ସମୀକ୍ଷା ପାଇଁ ରଖାଯିବ। ଲେବାନନ୍ ଏବଂ ହିଜବୁଲ୍ଲା ମଧ୍ୟ ଏହି ପ୍ରସ୍ତାବ ଉପରେ ନିଜର ସହମତି ପ୍ରକାଶ କରିଛି। ବୁଧବାର ଲେବାନନର କ୍ୟାବିନେଟ ଚୁକ୍ତିନାମାକୁ ଆନୁଷ୍ଠାନିକ ଭାବେ ଅନୁମୋଦନ କରିବାକୁ ବୈଠକ କରିବ।