fbpx

ଯୋଡାରେ ବଢିଲା ୧୪୪ ଧାରାର ସମୟ: ବନ୍ଦ ଅଛି ଇଣ୍ଟରନେଟ ସେବା

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯୋଡାରେ ଲାଗୁ କରାଯାଇଥିବା ଧାରା ୧୪୪କୁ ବଳବତ୍ତର ରଖାଯାଇଛି । ସକାଳ ୧୦ଟା ଯାଏଁ ରହିବାକୁ ଥିବା ଏହି ୧୪୪ ଧାରାକୁ ବଢାଇ ଦିଆଯାଇଛି । ଶାନ୍ତି ନ ଫେରିବା ଯାଏଁ ୧୪୪ ଧାରା ବଳବତ୍ତର ରହିବ ବୋଲି ଏସପି ସୂଚନା ଦେଇଛନ୍ତି । ପୂର୍ବରୁ ସହରରେ ୮ ପ୍ଲାଟୁନୁ ପୋଲିସ ମୁତୟନ ଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟାକୁ ୧୪ ପ୍ଲାଟୁନକୁ ବଢାଇ ଦିଆଯାଇଛି ।

ସୋମବାର ଦୁଇ ଦଳ ଭିତରେ ଗଣ୍ଡଗୋଳ ଏତେ ବଢିଥିଲା ଯେ, ପ୍ରଶାସନ ଶେଷରେ ଏଠି ୧୪୪ ଧାରା ଲାଗୁ କରିବା ପାଇଁ ବାଧ୍ୟ ହୋଇଥିଲା । ଯୋଡା ସହରରେ ଦୁଇଟି ଗୋଷ୍ଠୀ ମଧ୍ୟରେ ସଂଘର୍ଷ ସୃଷ୍ଟି ହୋଇଥିଲା । ଯାହା ଫଳରେ ପ୍ରଶାସନ ଏଠାରେ ୧୪୪ ଧାରା ଲାଗୁ କରିଥିଲା ।

ହିଂସାକାଣ୍ଡ ବଢିବା ଆଶଙ୍କା କରି ସମଗ୍ର କେନ୍ଦୁଝର ଜିଲ୍ଲାରେ ଇଣ୍ଟରନେଟ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦୁଝରରେ ସମସ୍ତ ନେଟୱର୍କର ଇଣ୍ଟରନେଟ ସେବା ବନ୍ଦ ରହିଛି । କାଲି ଯୋଡ଼ା ମାର୍କେଟରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି ଆକ୍ରମଣରେ ଉଭୟ ଗୋଷ୍ଠୀରୁ ଏକାଧିକ ବ୍ୟକ୍ତି ଆହତ ହୋଇଛନ୍ତି ।

Get real time updates directly on you device, subscribe now.