କାମାକ୍ଷା ଏକ୍ସପ୍ରେସ ଦୁର୍ଘଟଣା: ରେଲୱେ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି

ଭୁବନେଶ୍ୱର : କାମାକ୍ଷ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ପରେ ରେଲୱେ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । କଟକ ପାଇଁ ହେଲ୍ପଲାଇନ ନମ୍ବର ହେଉଛି ୭୨୦୫୧୪୯୫୯୧ । ଭୁବନେଶ୍ୱର ପାଇଁ ହେଲ୍ପଲାଇନ ନମ୍ବର ହେଉଛି ୮୪୫୫୮୮୫୯୯୯ । ଭଦ୍ରକପାଇଁ ହେଲ୍ପଲାଇନ ନମ୍ବର ହେଉଛି ୯୪୩୭୪୪୩୪୬୯ । ଦୁର୍ଘଟଣାସ୍ଥଳ ପାଇଁ ନମ୍ବର ହେଉଛି ୮୯୯୧୧୨୪୨୩୮ । ଖୋର୍ଦ୍ଧା ପାଇଁ ହେଲ୍ପଲାଇନ ନମ୍ବର ହେଉଛି-୦୬୭୪୨୪୯୨୨୪୫ ।

ତେବେ ଚୌଦ୍ୱାର ନିର୍ଗୁଣ୍ଡିରେ କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି । କାମାକ୍ଷା ଏକ୍ସପ୍ରେସର ଏକାଥରେ ୧୧ଟି ବଗି ଲାଇନଚ୍ୟୁତ ହୋଇଛି। ୧୧ଟି ବଗି ଲାଇନଚ୍ୟୁତ ନେଇ ପୂର୍ବତଟ ରେଲଓ୍ୱେ ପକ୍ଷରୁ ସୂଚନା। ଟ୍ରେନଟି ଅଟକି ଯିବାରୁ ଟ୍ରେନରୁ ବାହାରକୁ ଚାଲି ଆସିଛନ୍ତି ଯାତ୍ରୀ। ଆଉ ଭୀଷଣ ଡହ ଡ଼ହ ଖରାରେ ହନ୍ତସନ୍ତ ହେଉଛନ୍ତି। କେତେବେଳେ ଟ୍ରେନ ଚଳାଚଳ ସ୍ୱଭାବିକ ହେବ ତାର ମଧ୍ୟ ସୂଚନା ନାହିଁ।