fbpx

ବାଜି ମାରିଲେ କଙ୍ଗନା ରଣାୱତ, ମଣ୍ଡି ଲୋକସଭା ଆସନରୁ ୭୦ ହଜାରରୁ ଉର୍ଦ୍ଧ୍ୱ ଭୋଟରେ ବିକ୍ରମାଦିତ୍ୟ ସିଂହଙ୍କୁ କରିଲେ ପରାସ୍ତ

ନୂଆଦିଲ୍ଲୀ: ବଲିଉଡର କ୍ୱିନ୍ ଭାବେ ଜଣାଶୁଣା ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରଣାୱତ । ଚଳିତ ଲୋକସଭା ନିର୍ବାଚନରେ ସେ ପ୍ରଥମ ଥର ପାଇଁ ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିଲେ । କଙ୍ଗନା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ବିକ୍ରମାଦିତ୍ୟ ସିଂଙ୍କୁ ପ୍ରାୟ ୭୦ ହଜାରରୁ ଉର୍ଦ୍ଧ୍ୱ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି ।

ଅଭିନୟରୁ ରାଜନୀତି ଦୁନିଆରେ ପ୍ରଥମ ଥର ପାଇଁ ଏଣ୍ଟ୍ରି କରିଥିବା କଙ୍ଗନା ରଣାୱତ ମଣ୍ଡି ଲୋକସଭା ଆସନରୁ ବିଜେପି ଟିକେଟରୁ ବିଜୟ ହାସଲ କରି ଲୋକଙ୍କ ହୃଦୟ ଜିତିପାରିଛନ୍ତି । ବର୍ତ୍ତମାନ ସେ ବଲିଉଡ ନୁହେଁ ବରଂ ରାଜନୀତିର କୁଇନ୍ ଭାବେ ସେ ଚର୍ଚ୍ଚାରେ ଅଛନ୍ତି । କଙ୍ଗନା କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ସାଂସଦ ବୀରଭଦ୍ର ସିଂହଙ୍କ ସୁପୁତ୍ର ବିକ୍ରମାଦିତ୍ୟ ସିଂହଙ୍କୁ ୭୦ ହଜାରରୁ ଉର୍ଦ୍ଧ୍ୱ ଭୋଟରେ ପରାସ୍ତ କରିଛନ୍ତି । ତାଙ୍କର ଏହି ବିଜୟ କଡ଼ା ସଂଘର୍ଷ ଏବଂ ସଚ୍ଚୋଟତାର ପ୍ରତୀକ । ଏହି ବିଜୟ ପରେ ତାଙ୍କୁ ପରିବାର, ବଲିଉଡ ସେଲିବ୍ରିଟି ଏବଂ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଏହି ବିଜୟକୁ ନେଇ କଙ୍ଗନା ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ‘ସମସ୍ତ ମଣ୍ଡିବାସୀଙ୍କ ଭଲପାଇବା ଏବଂ ବିଶ୍ୱାସ ପାଇଁ ମୁଁ ହୃଦୟରୁ କୃତଜ୍ଞ । ଏହି ବିଜୟ ସମସ୍ତଙ୍କର, ଏହି ବିଜୟ ପ୍ରଧାନମନ୍ତ୍ରୀ ମୋଦୀ ଜୀଙ୍କର ଏବଂ ବିଜେପିର ବିଶ୍ୱାସର, ସନାତନର, ମଣ୍ଡିର ସମ୍ମାନର ।’

Get real time updates directly on you device, subscribe now.