କର୍ଣ୍ଣାଟକ ତିନି ବିଚାରପତିଙ୍କୁ ମିଳିଲା ‘ୱାଇ’ କ୍ୟାଟେଗୋରୀ ସୁରକ୍ଷା: ହିଜାବ ଶୁଣାଣି ପରେ ଜୀବନରୁ ମାରିଦେବାକୁ ମିଳିଥିଲା ଧମକ
କର୍ଣ୍ଣାଟକ ସରକାର ରବିବାର ହିଜାବ ମାମଲାର ଶୁଣାଣି କରିଥିବା ତିନି ଜଜ୍ଙ୍କୁ ‘ୱାଇ’ କ୍ୟାଟେଗୋରୀ ସୁରକ୍ଷା ଦେବା ନେଇ ଘୋଷଣା କରିଛନ୍ତି । ହିଜାବ ଶୁଣାଣି ପରେ ତିନି ଜଜଙ୍କୁ ମାରିବାକୁ ଧମକ ମିଳିଥିଲା । ଏହି ମାମଲାରେ ପୋଲିସ ତିନି ଜଣଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରିଥିଲା ।
ଏନେଇ ରବିବାର ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇ ସୂଚନା ଦେଇ କହିଛନ୍ତି ଯେ ତିନି ଜଜଙ୍କୁ ସୁରକ୍ଷା ଦିଆଯିବା ସହ ଆଇଜି ଏବଂ ଡିଜିଙ୍କୁ ଧମକ ଦେଇଥିବା ମାମଲାର ତ୍ୱରିତ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଘଟଣାକୁ ନିନ୍ଦା କରିବା ସହ ବୋମ୍ମଇ କହିଛନ୍ତି । ସଂପ୍ରଦାୟ ସପକ୍ଷରେ ରହିବା ଧର୍ମନିରପେକ୍ଷତା ନୁହେଁ, ଏହା ସାଂପ୍ରାଦୟିକତା । ମୁଁ ଏହାକୁ ନିନ୍ଦା କରୁଛି ଆମ ସମସ୍ତଙ୍କୁ ଏକାଠି ଛିଡ଼ା ହେବାକୁ ଦରକାର ।
ତିନି ବିଚରାପତିଙ୍କ ମଧ୍ୟରେ ମୁଖ୍ୟ ବିଚାରପତି ଜଷ୍ଟିିସ ରିତୁ ରାଜ ଅବସ୍ଥୀ, ଖଣ୍ଡପୀଠରେ ଥିବା ଜଷ୍ଟିସ କୃଷ୍ଣା ସୀକ୍ଷିତ ଏବଂ ଜଷ୍ଟିସ ଖାଜୀ ଏମ ଜୟବୁନ୍ନିସା ମଧ୍ୟ ସାମିଲ ଅଛନ୍ତି । ବୋମ୍ମଇ ଜଜଙ୍କୁ ଧମକାଇବା ଅଭିଯୋଗରେ ତିନି ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ‘ୱାଇ’ କ୍ୟାଟେଗୋରୀରେ ୧୧ ସୁରକ୍ଷାକର୍ମୀ ନିୟୋଜିତ ହୋଇଥାନ୍ତି । ଏଥିରେ ଜଣେ କିମ୍ବା ଦୁଇଜଣ କମାଣ୍ଡେ ଏବଂ ଦୁଇ ପିଏସଓ ମଧ୍ୟ ସାମିଲ ରହିଥାନ୍ତି ।
ସୂଚନାଯୋଗ୍ୟ, ଗତ ମଙ୍ଗଳବାର କର୍ଣ୍ଣାଟକ ହାଇକୋର୍ଟ ଶିକ୍ଷାନୁଷ୍ଠାରେ ହିଜାବ ଉପରେ କଟକଣାକୁ ଚାଲେଞ୍ଜ କରିଥିବା ବିଭିନ୍ନ ଯାଚିକାକୁ ଖାରଜ କରିଦେଇଥିଲେ ଏବଂ କହିଥିଲେ ହିଜାବ ଇସଲାମର ଏକ ଆବଶ୍ୟକ ଧାର୍ମିକ ପ୍ରଥା ନୁହେଁ ।