fbpx

କର୍କଟ ସହ ସଂଘର୍ଷ କରୁଥିବା କେଟ୍ ଦେଲେ ବଡ଼ ଅପଡେଟ୍‌, ଦୀର୍ଘ ସମୟ ପରେ ରାଜକୀୟ ଉତ୍ସବରେ ଆସିବେ ନଜର

AAKASH

ଲଣ୍ଡନ: ୱେଲ୍ସର ରାଜକୁମାରୀ କେଟ୍ ମିଡଲେଟନ୍‌(Kate Middleton)ଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । କର୍କଟ ରୋଗ ସହ ସଂଘର୍ଷ କରୁଥିବା କେଟ୍ ମିଡଲେଟନ୍ ଚଳିତ ୱିକେଣ୍ଡ୍ ଟ୍ରୁପିଙ୍ଗ୍ କଲର ପ୍ୟାରେଡ୍‌(Trooping Colour Parade) ଆୟୋଜନ ପୂର୍ବରୁ ସେ ରାଜକୀୟ ଉତ୍ସବରେ ଯୋଗ ଦେବା ନେଇ ନିଶ୍ଚିତ କରିଛନ୍ତି । ଦୀର୍ଘ ଦିନ ପରେ ସେ ଏହି କାର୍ଯ୍ୟକ୍ରମରେ ପ୍ରଥମ ସାର୍ବଜନିକ ଉପସ୍ଥିତି ପାଇଁ ପ୍ରସ୍ତୁତ ଅଛନ୍ତି । କହିରଖୁଛୁ ମାର୍ଚ୍ଚ ୨୨ରେ ଏକ ରେକର୍ଡେଡ ଭିଡିଓ ବାର୍ତ୍ତା ମାଧ୍ୟମରେ ସେ କହିଥିଲେ ଯେ ସେ କର୍କଟ ରୋଗ ପାଇଁ ଚିକିତ୍ସିତ ହେଉଛନ୍ତି ଏବଂ ରାଜକୀୟ ଦାୟିତ୍ୱରୁ ଛୁଟି ନେଇଛନ୍ତି ।

ଶୁକ୍ରବାର(ଜୁନ୍ ୧୪)କୁ ଜାରି କରିଥିବା ଏକ ଭାବନାତ୍ମକ ବୟାନରେ କେଟ୍ କହିଛନ୍ତି, ‘ମୋ ସ୍ୱାସ୍ଥ୍ୟରେ ଧିରେ ଧିରେ ସୁଧାର ଆସୁଛି । କିନ୍ତୁ କେମୋଥେରାପି ଦେଇ ଗତି କରିଥିବା ବ୍ୟକ୍ତିଙ୍କୁ ଜଣାଥିବ ଯେ ଏଥିରେ କିଛି ଭଲ ଦିନ ଏବଂ ଖରାପ ଦିନ ମଧ୍ୟ ସାମିଲ ରହିଛି । ଖରାପ ଦିନରେ ଆପଣ ଦୁର୍ବଳ ଅନୁଭବ କରିଥାନ୍ତି ଏବଂ ଶରୀରକୁ ବିଶ୍ରାମ ଦେଇଥାନ୍ତି । ଭଲ ଦିନରେ ଦୃଢ଼ ଅନୁଭବ କରିଥାନ୍ତି ।’ ସେ ୱିକେଣ୍ଡରେ ତାଙ୍କ ପରିବାର ସହ କିଙ୍ଗ୍ ଚାର୍ଲ୍ସଙ୍କ ଜନ୍ମଦିନ ପ୍ୟାରେଡ୍ ଦେଖିବା ପାଇଁ ଉତ୍ସାହିତ ଅଛନ୍ତି ଏବଂ କିଛି ସାର୍ବଜନିକ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଆଶା ରଖିଛନ୍ତି ।

 

Get real time updates directly on you device, subscribe now.