fbpx

ହକି ବିଶ୍ୱକପରେ ଲାଗିଲା କୋକେନ ଦାଗ: ସନ୍ନି-ରବିଙ୍କ ଡ୍ରଗ୍ସ ଯୋଜନା ପଣ୍ଡ କଲା STF

Advertisement

ଭୁବନେଶ୍ୱର: ହକି ବିଶ୍ୱକପ ପୂର୍ବରୁ ରାଜଧାନୀକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ଦେଇଛି ଏସଟିଏଫ । ଭୁବନେଶ୍ୱରରୁ ଜବତ ହୋଇଛି କୋକେନ । ଆସନ୍ତା ୨୦୨୩ ହକି ବିଶ୍ୱକପ ପୂର୍ବରୁ ମାର୍କେଟ ପ୍ରସ୍ତୁତି ଚାଲିଥିବା ବେଳେ ଏସଟିଏଫ ଏହି ଯୋଜନାକୁ ପଣ୍ଡ କରିଛି । ବିଶ୍ୱକପ ସମୟରେ ବିଦେଶୀ ଦର୍ଶକମାନଙ୍କୁ ଡ୍ରଗ୍ସ ବିକିବା ପାଇଁ ଚାଲିଥିଲା ମସୁଧା । ତେବେ ଏସବୁ ଯୋଜନା ଏବଂ ଚାଲକୁ ସଫଳ ହେବା ପୂର୍ବରୁ ଏସଟିଏଫ ଚଢାଉରେ ଏମାନେ ଧରା ପଡିଯାଇଛନ୍ତି ।

ସୂଚନା ଅନୁସାରେ ଭୁବନେଶ୍ୱର ଏସଟିଏଫକୁ ମିଳିଛି ଏକ ବଡ ସଫଳତା । ହକି ବିଶ୍ୱକପ ପାଇଁ ଚାଲିଥିବା କୋକେନ ମାର୍କେଟ ଉପରେ ଚଢାଉ କରିଛି ଏସଟିଏଫ । ଆସନ୍ତା ହକି ବିଶ୍ୱକପ ଓଡିଶାରେ ଆୟୋଜିତ ହେବାକୁ ଯାଉଛି । ତେଣୁ ଏହି ସମୟରେ ବିଦେଶୀ ଦର୍ଶକ ମାନଙ୍କୁ କୋକେନ ବିକିବା ପାଇଁ ମାର୍କେଟ ପ୍ରସ୍ତୁତି କରୁଛନ୍ତି ଡିଲର । କିନ୍ତୁ ଏହି ସମସ୍ତ ଯୋଜନାକୁ ପଣ୍ଡ କରିଛି ସ୍ପେଶାଲ ଟାସ୍କ ଫୋର୍ସ । ବିଦେଶୀ ଖେଳାଳି ଏବଂ ଖେଳାଳି ରହିବା ପାଇଁ ହୋଟେଲଗୁଡିକରେ ଯୋଗାଯୋଗ କରାଯାଇ ଡ୍ରଗ୍ସ ବିକ୍ରି କରାଯିବାର ଯୋଜନା ଥିଲା । କିନ୍ତୁ ମଝିରେ ଏସଟିଏଫ ଆସି ସମସ୍ତ ଯୋଜନା ପଣ୍ଡ କରି ଦେଇଛି । ତେବେ ଏହି କୋକେନ ଦିଲ୍ଲୀରୁ ଓଡିଶାକୁ ସପ୍ଲାଏ ହେଉଥିବା ଜଣାଯାଇଛି ।

ଗିରଫ ହୋଇଥିବା ରବି ଗତ ୨୦୧୦ କମନୱେଲଥ ଗେମ୍ସ ସମୟରେ ଏହି ବ୍ୟବସାୟ ଆରମ୍ଭ କରିଥିଲା । ରାଜସ୍ଥାନରେ ହୋଟେଲ ଏବଂ ଦିଲ୍ଲୀରେ ଟ୍ରାଭେଲ ବ୍ୟବସାୟ ଚଳାଉଥିଲା ରବି । କେବଳ ସେତିକି ନୁହେଁ, ଅଭିଯୁକ୍ତଠାରୁ ଦକ୍ଷିଣ ଆଫ୍ରିକାର ନୋଟ ମଧ୍ୟ ଜବତ ହୋଇଛି । ରବି ଏବଂ ସାଥୀ ସନ୍ନିଙ୍କ ରେକର୍ଡ ଯାଞ୍ଚ ଜାରି ରହିଛି । ଖୁବ ଶୀଘ୍ର ଘଟରାର ମୂଳ ପର୍ଯ୍ୟନ୍ତ ପହଞ୍ଚିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.