fbpx

ବିବାହ ଭୋଜିରେ ଯୋଗ ଦେବାକୁ ଯାଉଥିଲା ବେଳେ କୁଟିଙ୍ଗା ଘାଟି ଓଲଟିଲା ଟ୍ରାକ୍ଟର, ୪୦ରୁ ଅଧିକ ଆହତ, ୩ ଗୁରୁତର

ଲକ୍ଷ୍ମୀପୁର, (ଭାସ୍କର ନ୍ୟୁଜ୍‌): ରାୟଗଡା ଜିଲ୍ଲା କାଶିପୁର ବ୍ଲକର ବାଙ୍କାମ ପଞ୍ଚାୟତ ଅନ୍ତର୍ଗତ ସର୍ଗି ଦର ଗ୍ରାମରୁ ୫୦ରୁ ଅଧିକ ଲୋକେ ଏକ ଟ୍ରାକ୍ଟରରେ ଯୋଗେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକର ଢାମଣଗଣ୍ଡା ଗ୍ରାମକୁ ଏକ ବିବାହ ଭୋଜିରେ ଯୋଗ ଦେବାକୁ ଯାଉଥିଲା ବେଳେ କୁଟିଙ୍ଗା ଘାଟି ଉପରେ ଭାରସାମ୍ୟ ହରାଇ ଟ୍ରାକ୍ଟର୍‌ ଓଲଟି ପଡିବାରୁ ୪୦ରୁ ଅଧିକ ଆହାତ ହୋଇଥିବା ବେଳେ ତିନିଜଣଙ୍କ ଅବସ୍ଥା ଗୁରୁତର ଅଛି ।ଆହାତଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ନାବାଳକ,ନାବାଳିକା ଥିବା ଜଣା ପଡିଛି ।ସମସ୍ତିଙ୍କୁ ଲକ୍ଷ୍ମୀପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରା ଯିବା ପରେ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ ଡାକ୍ତର ଓ କର୍ମଚାରି ମାନେ ଚିକିତ୍ସା ଆରମ୍ଭ କରିଛନ୍ତି ।ଫଳରେ ଡାକ୍ତର ଖାନା ଭିତରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଖବର ସୁଣି କୋରାପୁଟ ପୁର୍ବତନ ସାଂସଦ ଝିନ୍ନ ହିକକା,ବୁର୍ଜା ସମିତି ସଭ୍ୟ ଦୁଃଖିଶ୍ୟାମ ମିଣିଆକା ଓ ଗ୍ରିନ ଇଣ୍ଡିଆ ଗୃପର ଗୋପେଶ୍ୱର ଗରଡା ଡାକ୍ତରଖାନାରେ ପହଁଞ୍ଚି ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀମାନଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିଥିଲେ ।ଏନେଇ ଲକ୍ଷ୍ମୀପୁର ଥାନାରେ ଏକ ମାମଲା ରୁଜୁ କରାଯାଇ ଥିବା ସବଇନିସପେକ୍ଟର୍‌ ପଞ୍ଚାନନ ଶତପତି କହିଛନ୍ତି ।

Get real time updates directly on you device, subscribe now.