fbpx

ତ୍ୱଚାର ସୁନ୍ଦରତା ବଢେଇବ ଲେମ୍ବୁ: ଏମିତି କରନ୍ତୁ ବ୍ୟବହାର

ଖରାଦିନ ହେଉ ବା ଶୀତଦିନ, ଖାସକରି ଏହି ଦିନ ଗୁଡିକରେ ତ୍ୱଚାର ଚମକ ଫିକା ପଡିଥାଏ । ତେଣୁ ସଠିକ୍ ଭାବେ ତ୍ୱଚାର ଦେଖାଶୁଣା କରିବା ଉଚିତ୍ । କେମିକାଲ ଯୁକ୍ତ ପ୍ରଡକ୍ଟ ଠାରୁ ଦୂରେଇ ରହି, ସବୁବେଳେ ଘରୋଇ ଉପଚାର ଆପଣାଇବା ଲାଭଦାୟକ । ତେବେ ଆସନ୍ତୁ ଏମିତି କିଛି ଫେସପ୍ୟାକ୍ ବିଷୟରେ ଜାଣିବା, ଯାହା ଫିକା ପଡୁଥିବା ତ୍ୱଚାରେ ଚକମ ଭରିଦିଏ ।

ଲେମ୍ବୁ ରସରେ କାକୁଡି ରସ ମିଶାଇ ତ୍ୱଚାରେ ଲଗାଇବେ । କିଛି ସମୟ ପରେ ତ୍ୱଚାକୁ ଥଣ୍ଡା ପାଣିରେ ଧୋଇବେ । ଏପରି କରିବା ଦ୍ବାରା, ସଙ୍ଗେସଙ୍ଗେ ଏହା ତ୍ୱଚାରେ ଚମକ ଆଣିବାରେ ସାହାଯ୍ୟ କରେ ।

-ଲେମ୍ବୁ ରସରେ ଦହି ଏବଂ ମହୁ ମିଶାଇ ଏକ ପ୍ୟାକ୍ ପ୍ରସ୍ତୁତ କରିବେ । ଏହାପରେ ସେଥିରେ ଭିଟାମିନ୍ ‘ଇ’ କ୍ୟାପସୁଲ ପକାଇ ମିକ୍ସ କରିବେ । ତାପରେ ଏହି ପ୍ୟାକକୁ ନେଇ ତ୍ୱଚାରେ ଲଗାଇ ୧୫ ରୁ ୨୦ ମିନିଟ ଯାଏ ଛାଡିବେ । ତାପରେ ତ୍ୱଚାକୁ ନଖ ଉଷୁମ ପାଣିରେ ଧୋଇ ସଫା କରିବେ । ଏପରି କରିବା ଦ୍ବାରା, ତ୍ୱଚାରେ ଚମକ ଆସିଥାଏ ।

Get real time updates directly on you device, subscribe now.