ଗଛ ଉପରୁ ଝଡ଼ ବେଗରେ ପାଣିକୁ ଡେଉଁଛି ଚିତାବାଘ, କୁମ୍ଭୀରକୁ ପାଟିରେ ଧରି ସିଧା…

ଆପଣ ନିଶ୍ଚିତ ଜାଣିଥିବେ ଶୁଣିଥିବେ ମଧ୍ୟ ଯେ, ପାଣିରେ ରହି କୁମ୍ଭୀର ସହିତ ଶତ୍ରୁତା କରିବା ଉଚିତ୍‌ ନୁହେଁ। ଆଜ୍ଞା ହଁ ଏହା ଏଥିପାଇଁ କୁହାଯାଏ ଯେ, କୁମ୍ଭୀର ଏତେ ବିପଦପୂର୍ଣ୍ଣ ଯେ, ସୁଯୋଗ ପାଇଲେ ଯେକୌଣସି ବ୍ୟକ୍ତିକୁ ନିଜର ଶିକାର କରିନିଏ। ଏହି କାରଣରୁ ସିଂହ ମଧ୍ୟ କୁମ୍ଭୀର ଥିବା ଅଞ୍ଚଳକୁ ଆସିବା ପୂର୍ବରୁ ଶହେ ଥର ଚିନ୍ତା କରେ। କିନ୍ତୁ ଅନେକ ପ୍ରାଣୀ ଅଛନ୍ତି ଯେଉଁମାନେ ପାଣିରେ ରହି କେବଳ କୁମ୍ଭୀର ସହିତ ଶତ୍ରୁତା କରନ୍ତି ନାହିଁ, ବରଂ ସେମାନଙ୍କୁ ଶିକାର ମଧ୍ୟ କରନ୍ତି। ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଠାରେ ଏକ ଚିତାବାଘ ବିପଦପୂର୍ଣ୍ଣ ଉପାୟରେ କୁମ୍ଭୀରକୁ ଶିକାର କରିଛି।

ଭିଡିଓରେ କୁମ୍ଭୀରଟି ନିରବରେ ପାଣିରେ ତା’ର ଶିକାରକୁ ଧରି ରହିଛି, ତା’ପରେ ଏକ ଚିତାବାଘ ଝଡ଼ ବେଗରେ ଆସି ପାଣି ଭିତରକୁ ଡେଇଁପଡୁଛି। ପରବର୍ତ୍ତୀ ମୁହୂର୍ତ୍ତରେ ସେ କୁମ୍ଭୀରକୁ ପାଣିରୁ ଭିଡ଼ି ନେଇ ଗଛ ଉପରକୁ ଚଢ଼ିଯାଉଛି। ଭିଡିଓରେ ଦେଖାଯାଉଛି ଚିତାବାଘ ଗଛ ଡାଳରେ ସତର୍କତାର ସହ କୁମ୍ଭୀରକୁ ଶିକାର କରିଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହାର ଓଜନ ଏତେ ଯେ, ସେ ଏହାକୁ ସମ୍ଭାଳି ପାରୁନାହିଁ, ତଥାପି ସେ ଏହାକୁ ଉପରକୁ ଆଣିବାକୁ ଚେଷ୍ଟା କରୁଛି। ଏହି ଦୃଶ୍ୟ ଏକ ଫିଲ୍ମ ପରି ଦେଖାଯାଉଛି।

ଏହି ଭିଡିଓକୁ soraia_cozzarin ନାମକ ଏକ ଆକାଉଣ୍ଟ ଦ୍ୱାରା ଇନ୍‌ଷ୍ଟାଗ୍ରାମରେ ସେୟାର କରାଯାଇଛି। ଏହାକୁ ଦେଖିବା ପରେ ହଜାର ହଜାର ଲୋକ ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ କହୁଛନ୍ତି ଚିତାବାଘ ପ୍ରକୃତରେ ଜଙ୍ଗଲର ଏକ ନିର୍ଦ୍ଦୟ ଶିକାରୀ। ଏହା ସହଜରେ ଯେକୌଣସି ବ୍ୟକ୍ତିଙ୍କୁ ଶିକାର କରିପାରିବ।