ଶୁକ୍ରବାରରେ ମାଆ ସନ୍ତୋଷୀଙ୍କ ବ୍ରତ କଲେ ପୂର୍ଣ୍ଣ ହେବ ସବୁ ମନସ୍କାମନା, ମାଆଙ୍କ ମହାମନ୍ତ୍ର ପଢିଲେ ଆହୁରି ହେବେ ଶକ୍ତିଶାଳୀ

ଆପଣ ମାଆ ସନ୍ତୋଷୀଙ୍କ ଏହି ମନ୍ତ୍ର ପଢିଲେ ପୂର୍ଣ୍ଣ ହେବ ମନସ୍କାମନା

ଓଡ଼ିଶା ଭାସ୍କର: ପୌରାଣିକ କାହାଣୀ ଅନୁଯାୟୀ, ଜଣେ ସାଧବ ଙ୍କର 7 ଟି ପୁଅ ଥିଲେ ସେଥିମଧ୍ୟରୁ 6 ଜଣ କାମ କରୁଥିଲେ ମଧ୍ୟ ସବା ସାନ ପୁଅ ଅଳସୁଆ ଥିଲା ଏବଂ କୌଣସି କାର୍ଯ୍ୟ କରୁନଥିଲା। ସେଥିପାଇଁ ସମସ୍ତେ ଖାଇସାରିବା ପରେ ସମସ୍ତଙ୍କର ବଳକା ଅଇଁଠା କୁ ଏକତ୍ରିତ କରି ସେହି ସାଧବ ସାନ ପୁଅକୁ ଖାଇବାକୁ ଦିଆଯାଉଥିଲା।

ଏହା ଜାଣିପାରିବା ପରେ ସାଧବ ସାନ ପୁଅ ଜଣଙ୍କ ରାଗିକି ଘର ଛାଡିକି ପଳେଇଥିଲା। ଏବଂ ଅନ୍ୟ ଏକ ରାଜ୍ୟରେ ଜଣେ ସାହୁକାର ଙ୍କ ଅଧୀନରେ କାମ କରି ବେଶ ନା କମାଇବାକୁ ଲାଗିଲା। ୟା ଭିତରେ ଦୀର୍ଘ 12 ବର୍ଷ ବିତିଯିବାରୁ ସାନ ପୁଅ ନ ଆସିବାରୁ ସାନ ବୋହୂକୁ ଅନ୍ୟ ଯା ଏବଂ ଶାଶୁ ବହୁତ ହଇରାଣ ଏବଂ ସମସ୍ତ କାମ କରାଉଥିଲେ ।

ସ୍ୱାମୀଙ୍କ ବାଟ କୁ ଚାହିଁ ଚାହିଁ ଦୁଃଖରେ ଭାଙ୍ଗିପଡି ଜଙ୍ଗଲ ରେ ବୁଲିବା ବେଳେ ଦିନେ କିଛି ମହିଳା ପୂଜା କରୁଥିବାର ସାନ ବୋହୁ ଦେଖିଲା ଏବଂ ସେମାନଙ୍କ ଠାରୁ ପୂଜା ର ବିଧି ବୁଝି ନିଜ ସ୍ୱାମୀର ଫେରିବା ପାଇଁ ପୂଜା କରିଲା।

16 ଶୁକ୍ରବାର ନିଷ୍ଠାର ସହିତ ପୂରଣ କରିବା ପରେ ମା ସନ୍ତୋଷୀ ତା ସ୍ୱାମୀଙ୍କୁ ବିଦେଶରୁ ଫେରାଇ ଆଣିଥିଲେ । ସନ୍ତୋଷୀ ଙ୍କ କୃପାରୁ ସାନ ବୋହୁ ଏବଂ ସାନ ପୁଅ ଖୁଶିରେ ଜୀବନ କାଟିଲେ।

ପୂଜା ବିଧି :
ଯେ କୌଣସି ଶୁକ୍ରବାର ରୁ 16 ଶୁକ୍ରବାର ଯାଏଁ ନିଷ୍ଠାର ସହିତ ପ୍ରତି ଶୁକ୍ରବାର ଦିନ ଉପବାସ ରଖି ଏକ କଳସ ସ୍ଥାପନା କରି ମା ଙ୍କୁ ପୂଜା କରାଯାଏ । ମା ଙ୍କ ଅତି ପ୍ରିୟ ଭୋଗ ଗୁଡ ଏବଂ ଚଣା ଅଟେ।

ତେବେ ଏହି 16 ଶୁକ୍ରବାର ଭିତରେ ଯେପରି ନିଜେ ଏବଂ ପରିବାର ଭିତରେ କେହି ଖଟା ନଖାନ୍ତି ସେଥିପାଇଁ ଧ୍ୟାନ ଦେବାକୁ ପଡିଥାଏ। ଖଟା କୁ ମା ସନ୍ତୋଷୀ ଙ୍କର ଚରମ ଶତ୍ରୁ ବୋଲି ବିବେଚନା କରାଯାଏ। 16 ଶୁକ୍ରବାର ଦିନ ମା ଙ୍କର ବ୍ରତ ଉଦଯାପନ କରିବା ଉଚିତ ।

ଶେଷ ଦିନ ଖିରି ଚଣା ଶାଗ ରାନ୍ଧି 8 ଟି ଛୋଟ ବାଳକ ପିଲାଙ୍କୁ ଖାଇବାକୁ ଦିଆଯାଏ ଏବଂ ଖାଇସାରିବା ପରେ ସମସ୍ତଙ୍କୁ ଏକ ଫଳ ସହିତ ନିଜ ସକ୍ଷମ ଅନୁଯାଇ ଦକ୍ଷିଣା ଦେବା ଦ୍ୱାରା ମା ସନ୍ତୁଷ୍ଟ ହେଇଥାନ୍ତି ଏବଂ ମନସ୍କାମନା ପୂର୍ଣ୍ଣ କରିଥାନ୍ତି ବୋଲି କୁହାଯାଏ।

ସନ୍ତୋଷୀ ମା ମହାମନ୍ତ୍ର:

“ଜୟ ମାଁ ସନ୍ତୋଷୀୟେ ଦେବୀ ନମୋ ନମଃ,ଶ୍ରୀ ସନ୍ତୋଷୀ ଦେବ୍ଯୈ ନମଃ, ଓଁ ଶ୍ରୀ ଗଜୋଦେବୋପୁତ୍ରିୟା ନମଃ,ଓଁ ସର୍ବନୀବାର୍ନାୟେ ଦେବୀଭୂତା ନମଃ”

ସାନ୍ତୋଷୀମାତା ହିନ୍ଦୁ ଧର୍ମର ଜଣେ ଦେବୀ ଯିଏ ଭଗବାନ ଶିବ ଏବଂ ଦେବୀ ପାର୍ବତୀଙ୍କ ନାତୁଣୀ, ସେମାନଙ୍କର ସାନପୁଅ ଭଗବାନ ଗଣେଶ ଏବଂ ପତ୍ନୀ ସିଦ୍ଧିରିଦ୍ଧିଙ୍କ କନ୍ଯା , କାର୍ତ୍ତିକେୟ, ଅଶୋକାସୁନ୍ଦରୀ, ଆୟାପ୍ପା, ଜ୍ୟୋତି ଏବଂ ମନସାଙ୍କ ଭାଣିଜୀ ଏବଂ ଶୁଭ ଓ ଲାଭଙ୍କ ଭଉଣୀ ଅଟନ୍ତି।

ପୁରାଣରେ ସାନ୍ତୋଷୀ ମାତାଙ୍କୁ ସନ୍ତୋଷର ଦେବୀ ବୋଲି ବର୍ଣ୍ଣନା କରାଯାଇଛି ଏବଂ ସନ୍ତୋଷୀ ମା ତାଙ୍କର ସମସ୍ତ ଭକ୍ତଙ୍କ ସମସ୍ତ ସମସ୍ୟା ଏବଂ ଗ୍ରହଣ କରନ୍ତି ଏବଂ ସେମାନଙ୍କୁ ସୁଖ ଏବଂ ସମୃଦ୍ଧିର ଆଶୀର୍ବାଦ କରନ୍ତି। ପ୍ରତି ଶୁକ୍ରବାର ଦିନ ସନ୍ତୋଷୀ ପୂଜା ଓ ବ୍ରତ କରାଯାଏ ବିଶ୍ୱାସ କରାଯାଏ ଯେ ଗୁଡ଼ ଏବଂ ଚ଼ଣାରେ ନିର୍ମିତ ଖାଦ୍ୟ ମା ସନ୍ତୋଷୀଙ୍କୁ ଅର୍ପଣ କଲେ ମାଁ ପ୍ରସନ୍ନ ହୋଇଥାନ୍ତି।

ପୂଜାପାଠ ଏବଂ ଆରତୀ ପରେ ପ୍ରସାଦ ସମସ୍ତଙ୍କୁ ବଣ୍ଟନ କରିବା ଉଚିତ। ପୂଜାବ୍ରତ କରୁଥବା ଲୋକ ଏବଂ ପ୍ରସାଦ ସେବନ କରୁଥିବା ବ୍ଯକ୍ତିବିଶେଷ ଶୁକ୍ରବାର ଖଟା ଖାଦ୍ଯ ବର୍ଜନ କରିବା ଉଚିତ,ଅନ୍ଯଥା ସନ୍ତୋଷୀ ମାତାଙ୍କର ରୋଷର ସାମ୍ନା କରିବାକୁ ପଡ଼େ ବୋଲି ବିଶ୍ବାସ ରହିଛି।