fbpx

ମା’ ତୁଝେ ସଲାମ୍: ୬ ଓଡ଼ିଆ ସହିଦଙ୍କ ପରିବାର ପାଇଁ ଆଗେଇ ଆସିଲା ଓଡ଼ିଶା ଭାସ୍କର

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରବିବାର ଦେଶ ଏହାର ୭୫ ତମ ସ୍ୱାଧୀନତା ଦିବସ ପାଳନ କରିଛି । ୭୫ ତମ ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶା ଭାସ୍କର ପରିବାର ପକ୍ଷରୁ ସହିଦମାନଙ୍କ ସ୍ମୃତିଚାରଣ ପୂର୍ବକ ଆୟୋଜିତ ହୋଇଯାଇଛି ମା’ ତୁଝେ ସଲାମ । ଏହି କାର୍ଯ୍ୟକ୍ରମରେ ୬ ଜଣ ସହିଦ ପରିବାରକୁ ସମ୍ମାନିତ କରାଯାଇଛି । କରୋନାକୁ ଦୃଷ୍ଟିରେ ରଖି ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ହୋଇଥିଲା ମା ତୁଝେ ସଲାମର ୧୩ତମ ସଂସ୍କରଣ । ଏହି କାର୍ଯ୍ୟକ୍ରମରେ ସହିଦ ଶଶାଙ୍କ ଶେଖର(ଯାଜପୁର), ସହିଦ ଦେବାଶିଷ ସେଠୀ(କିଶାନ ନଗର), ସହିଦ କୃଷ୍ଣଚନ୍ଦ୍ର ପଣ୍ଡା(ଚିକିଟି), ସହିଦ ବିଭୂତି ଭୂଷଣ ନାୟକ(କେନ୍ଦ୍ରାପଡା), ସହିଦ ସୁଧୀର କୁମାର ଟୁଡୁ(ଶୁଳିଆପଦା) ଏବଂ ଯଜ୍ଞ ନାରାୟଣ କର(କବିସୂର୍ଯ୍ୟନଗର)ଙ୍କ ପରିବାରକୁ ସମ୍ମାନିତ କରାଯାଇଥିଲା ।

ଓଡ଼ିଶା ଭାସ୍କର ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମହାମହିମ ରାଜ୍ୟପାଳ ଭିଡିଓ ବାର୍ତ୍ତା ଜରିଆରେ ନିଜ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ୟକ ସୂଚନଦା ପ୍ରଦାନ କରିଥିଲେ ତିଲକରାଜ ମହାନ୍ତି । ଓଡ଼ିଶା ଭାସ୍କର ପରିଚାଳନା ନିର୍ଦ୍ଦେଶକ ମଧୁ ମହାନ୍ତି ବକ୍ତବ୍ୟ ରଖିବା ସହିତ ମା ତୁଝେ ସଲାମ ସମ୍ପର୍କରେ ନିଜର ଭାବନା ବ୍ୟକ୍ତ କରିଥିଲେ । ଏହା ସହିତ ଏହି କାର୍ଯ୍ୟକ୍ରମରେ ଭାରତୀୟ ବାୟୁସେନା ସ୍କ୍ୱାର୍ଡନ ଲିଡର ଅମ୍ରିତ ଖୁଣ୍ଟିଆ, ଆଇଏନଏସ୍ ଚିଲିକା ଡେପୁଟି ଇନଚାର୍ଜ କ୍ୟାପଟେନ୍ ଏସ୍ ସି ଦାସ ଓ ସିଆରପିଏଫ୍ ଡିଆଇଜି ଏମ୍ ରଘୁରାମ ଉପସ୍ଥିତ ରହିଥିଲେ । ଭର୍ଚୁଆଲ ମୋଡରେ ଶ୍ରୀ ଏସ୍ ଏନ୍ ସାବତ ୟୁପି ପୋଲିସ ଆଡିସନାଲ ଡିଜିପି, କଲୋନେଲ ଦେବଦତ୍ତ ସ୍ୱାଇଁ ୧୨୦ଇନଫାଣ୍ଟ୍ରି ବାଟାଲିୟନ, ବିହାର ଜମ୍ମୁ ଓ କଶ୍ମୀରରୁ, ସିଆରପିଏଫ୍ ଡିଆଇଜିପି ପ୍ରଭାତ କୁମାର ନାୟକ ନୂଆଦିଲ୍ଲୀରୁ ଓ ଡ. ସଞ୍ଜୀବ ପାଟ୍ଟଯୋଶୀ, ପଞ୍ଚାୟତିରାଜ ବିଭାଗ ଯୁଗ୍ମ ସଚିବ ନୂଆଦିଲ୍ଲୀରୁ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇ ସହିଦ ପରିବାର ପ୍ରତି ସଦଭାବନା ପ୍ରକଟ କରିଥିଲେ ।

ଯାଜପୁର ଜିଲ୍ଲାରେ ଶହୀଦ ଶସାଙ୍କ ଶେଖରଙ୍କ ପରିବାରକୁ ଓଡ଼ିଶା ଭାସ୍କର ପରିବାର ପକ୍ଷରୁ ସମ୍ମାନିତ କରାଯାଇଥିଲା । ଯାଜପୁର ଏସଡିପିଓ ଚିନ୍ମୟ କୁମାର ନାୟକ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଓଡ଼ିଶା ଭାସ୍କର ରିପୋର୍ଟର ଗୋଲାମ ଆରିଫ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶହୀଦ ସୁଧୀର କୁମାର ଟୁଡୁଙ୍କ ପରିବାରକୁ ସମ୍ମାନିତ କରାଯାଇଥିଲା । ଚାନ୍ଦୁଆ ଆଇଆଇସି ବନାନୀ ବେହେରା ଓ ଓଆଇସି ମିନି ଭୋଇ ଅତିଥି ଭାବରେ ଯୋଗ ଦେଇଥିଲେ । ଓଡ଼ିଶା ଭାସ୍କର ରିପୋର୍ଟର ମନୋଜ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶହୀଦ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ପରିବାରକୁ ଚିକିଟିରେ ସମ୍ମାନିତ କରାଯାଇଥିଲା । ସ୍ଥାନୀୟ ତହସିଲଦାର ବିଶ୍ୱରଞ୍ଜନ କହଁର, ଏସଡିପିଓ କୃଷ୍ଣଚନ୍ଦ୍ର ବାତ୍ରା, ରାଜଗୋପାଳ ପାଢୀ ଓ ଭାରତୀୟ ସେନାର ସୁବେଦାର ରବୀନ୍ଦ୍ର କୁମାର ସାହୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଓଡ଼ିଶା ଭାସ୍କର ରିପୋର୍ଟର ଇଶ୍ୱର ମହାରଣା ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କବିସୂର୍ଯ୍ୟନଗରରେ ଶହୀଦ ଯଜ୍ଞ ନାରାୟଣ କରଙ୍କ ପରିବାରକୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମେଜର ଅଭିମନ୍ୟୁ ରାଉତ, ତହସିଲଦାର ପ୍ରକାଶ ମିଶ୍ର, ବିଡିଓ ବାସୁଦେବ ନାୟକ ଯୋଗ ଦେଇଥିଲେ । ଓଡ଼ିଶା ଭାସ୍କର ରିପୋର୍ଟର ସରୋଜ କୁମାର ମିଶ୍ର ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ରାଜକନିକାରେ ଶହୀଦ ବିଭୂତି ଭୂଷଣ ନାୟକଙ୍କ ପରିବାରକୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜକନିକା ଆଇଆଇସି ଉମାକାନ୍ତ ନାୟକ, ତହସିଲଦାର ପ୍ରେମାନନ୍ଦ ବେହେରା ଯୋଗ ଦେଇଥିଲେ । ଓଡ଼ିଶା ଭାସ୍କର ରିପୋର୍ଟର ସ୍ନେହଜିତ ପଲାଇ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନୁଗୁଳରେ ଶହୀଦ ଦେବାଶିଷ ସେଠୀଙ୍କ ପରିବାରକୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁଗୁଳ ଏସପି ଜଗମୋହନ ମିନା, ଏଡିଏମ ସନ୍ତୋଷ କୁମାର ପ୍ରଧାନ, ତହସିଲଦାର ଶାନ୍ତି ସ୍ୱରୂପ ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ । ଓଡ଼ିଶା ଭାସ୍କର ରିପୋର୍ଟର ବିରେନ୍ଦ୍ର କୁମାର ପ୍ରଧାନ ଓ ଯଯାତି କେଶୋରି ସାହୁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ଓଡ଼ିଶା ଭାସ୍କର ବ୍ୟୁରୋ ଚିଫ୍ କୌସ୍ତୁଭ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Get real time updates directly on you device, subscribe now.