fbpx

ମୃତକଙ୍କ ପାଇଁ ୫ ଲକ୍ଷ ଓ ଗୁରୁତର ଆହତଙ୍କ ପାଇଁ ଲକ୍ଷେ ଟଙ୍କା ଘୋଷଣା କଲେ ମମତା ବାନାର୍ଜୀ

Advertisement

ବାହାନଗା: ବାହାନଗା ଘଟଣାସ୍ଥଳ ପରିଦର୍ଶନ ପରେ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ରାଜ୍ୟର ପ୍ରତି ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ଏହାଛଡ଼ା ପ୍ରତ୍ୟେକ ଆହତଙ୍କ ପାଇଁ ୧ ଲକ୍ଷ ଟଙ୍କା ଏବଂ ରାଜ୍ୟର ପୀଡ଼ିତଙ୍କ ପାଇଁ ୫୦ ହଜାର ଟଙ୍କା ସହାୟତା ଘୋଷଣା କରିଛନ୍ତି।

ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହେଲିକପ୍ଟର ଯୋଗେ ବାହାନଗାର ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଥିଲେ। ବାହାନଗା ଦୁର୍ଘଟଣା ସ୍ଥଳରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ମଧ୍ୟରେ କଥା କଟାକଟି ହୋଇଥିଲେ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହେଲିକପ୍ଟର ଯୋଗେ ଆକାଶମାର୍ଗରୁ ସ୍ଥିତି ସମୀକ୍ଷା କରିଥିଲେ । ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କୁ ନେଇ ଦୁଇ ମନ୍ତ୍ରୀ ମଧ୍ୟ କଥା କଟାକଟି ପରିସ୍ଥିତି ସୃଷ୍ଟି ହୋଇଥିଲା । ମୃତକଙ୍କ ସଂଖ୍ୟା ଉଭୟଙ୍କ ମଧ୍ୟରେ ଅଲଗା ରହିଥିଲା । ମୃତକଙ୍କ ସଂଖ୍ୟା ୫୦୦ ହେବ ବୋଲି ମମତା ବାନାର୍ଜୀ କହିଥିବାବେଳେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ହିସାବ ଥିଲା କିଛି ଅଲଗା । ମୃତକଙ୍କ ସଂଖ୍ୟା ୨୩୮ବୋଲି ଅଶ୍ବିନୀ ବୈଷ୍ଣବ କହିଥିଲେ । ଏହାକୁ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ।

Get real time updates directly on you device, subscribe now.