fbpx

ମମତାଙ୍କ ଏକଲା ଚଲୋ ନୀତି ପଡ଼ିବ ଭାରି !

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ପ୍ରମୁଖ ମମତା ବାନାର୍ଜୀ ଏକାକୀ ନିର୍ବାଚନ ଲଢ଼ିବା ନେଇ ଘୋଷଣା କରିବା ପରେ ରାଜନୈତିକ ମାହୋଲରେ ହଲଚଲ ସୃଷ୍ଟି ହୋଇଛି । ୨୦୨୪ ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟକୁ ବଡ଼ ଝଟକା ଲାଗିଛି । ଏଭଳି ସ୍ଥିତିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ମମତାଙ୍କୁ ମନାଇବା ପାଇଁ ଫୋନରେ କଥାବାର୍ତ୍ତା ହୋଇଥିବା ସୂତ୍ରରୁ ପ୍ରକାଶ । ଦଳ ମହାସଚିବ ଜୟରାମ ରମେଶଙ୍କ କହିବାନୁଯାୟୀ ଏହା ଦ୍ୱାରା ସମସ୍ୟାର ମଝି ରାସ୍ତା ଫିଟି ପାରେ ।

ଅପରପକ୍ଷରେ ତୃଣମୂଳ କଂଗ୍ରେସ ପାଇଁ ଏକଲା ଚଲୋ ନୀତି ଏତେ ସହଜ ରହିବ ନାହଁ । ପଶ୍ଚିମବଙ୍ଗରେ ମମତା ସରକାର ମଜବୁତ ସ୍ଥିତିରେ ରହିଛି କିନ୍ତୁ ସିଟ୍ ଶେୟାରିଂରେ ହେଉଥିବା ବିଳମ୍ବ ଯୋଗୁଁ ସବିୁକିଛି ଠିକ୍ ଚାଲି ନଥିବା ଅନୁମାନ କରାଯାଉଛି । ଯଦି ମମତା ଏକାକୀ ଲଢ଼ନ୍ତି ତେବେ ବିଜେପି ବିରୋଧୀ ଭୋଟ୍ ଟିଏମସମି ଏବଂ କଂଗ୍ରେସରେ ବିଭକ୍ତ ହୋଇଯିବ ଏବଂ କ୍ଷତି ଉଭୟ ଦଳର ହେବ । ସେହିପରି ଦେଖିବାକୁ ଗଲେ କଂଗ୍ରେସର ମୂଳ ସ୍ଥିତି ଅତ୍ୟନ୍ତ ଦୁର୍ବଳ । ତେଣୁ ଦଳ ପକ୍ଷରୁ ମମତାଙ୍କୁ ଅଧିକ ଗୁରୁତ୍ୱ ଦେବା ସହ ଇଣ୍ଡିଆ ମେଣ୍ଟ ସହ ଜଡ଼ିତ ରଖିବାକୁ ଚାହୁଁଛି ।

Get real time updates directly on you device, subscribe now.