fbpx

ବିନା କାରଣରେ ମାରୁଥିଲେ ମାଡ଼, ଏମିତି ପାନେ ଦେଲା ଗଧ, ଜୀବନସାରା ମନେ ରହିବ

ପଶୁମାନେ କଥା କହିପାରନ୍ତି ନାହିଁ, ସେମାନଙ୍କୁ ବିନା କାରଣରେ କେବେବି ମାରପିଟ୍ କରିବା କଥା ନୁହେଁ । ମଣିଷ ପରି ସେମାନଙ୍କୁ ମଧ୍ୟ କଷ୍ଟ ହୁଏ, ସେମାନେ ମଧ୍ୟ ଆମଠାରୁ ସ୍ନେହ ଚାହିଥାନ୍ତି । ସୋସିଆଲ ମିଡିଆରେ ଆପଣ ଏଭଳି ଅନେକ ଭିଡିଓ ଦେଖିଥିବେ, ଯେଉଁଥିରେ ଜଙ୍ଗଲୀ ଜନ୍ତୁ ମଣିଷଙ୍କ ସହ ଖେଳୁଥିବାର ନଜର ଆସିଥିବେ । ଯାହା ବେଶ୍ ଆଶ୍ଚର୍ଯ୍ୟକର ମଧ୍ୟ ହୋଇଥାଏ ।

ତେବେ ସୋସିଆଲ ମିଡିଆରେ ଏବେ ଏକ ଗଧର ଭିଡିଓ ଭାଇରାଲ ହେଉଛି । ଯାହା ଖୁବ୍ ଆଶ୍ଚର୍ଯ୍ୟକର । ଏହି ଭିଡିଓରେ ଜଣେ ବ୍ୟକ୍ତି ବିନା କାରଣରେ ଗଧକୁ ପିଟିବାରେ ଲାଗିଛି, କିନ୍ତୁ ଗଧ ମଧ୍ୟ ରାଗିଯାଇ ତା ଉପରେ ପାଲଟା ଆକ୍ରମଣ କରିଥିଲା, ଆଉ ପାନେ ଶିଖାଇଥିଲା । ଯାହାକୁ ହୁଏତ ଏହି ବ୍ୟକ୍ତି କେବେବି ଭୁଲିପାରିବେ ନାହିଁ ।

ଯଦି ଆପଣ ବିନା କାରଣରେ କୌଣସି ଜୀବକୁ ବାଡ଼େଇବେ, ତେବେ ରାଗ ତ’ ତାକୁ ବି ଆସିବ । ଏହି ଭିଡିଓରେ ଏଭଳି କିଛି ଦେଖିବାକୁ ମିଳିଛି । ଭିଡିଓରେ ଆପଣ ଦେଖିପାରିବେ ଯେ ବ୍ୟକ୍ତି ଜଣକ କିଭଳି ଅତି ନିର୍ଦ୍ଦୟ ଭାବରେ ଗଧକୁ ପିଟୁଛନ୍ତି । ଏମିତିକି ଗୋଇଠା ବିଧା ମଧ୍ୟ ମାରୁଥିବାର ଦେଖାଯାଉଛି । ଯେତେବେଳେ ସେ ଗଧକୁ ପିଟି ପିଟି ଥକି ପଡ଼ିଥିଲେ ସେତବେଳେ ଗଧ ଉପରେ ବସିବାକୁ ଚେଷ୍ଟା କରିଥିଲେ । ଆଉ ବାସ୍ ଏତିକି ବେଳେ ଗଧ ପାନେ ଦେବାକୁ ଯାଇ ବ୍ୟକ୍ତିକୁ ତଳେ ପକାଇଦେଇଥିଲା ଏବଂ ଗୋଡ଼କୁ କାମୁଡ଼ି ଘୋଷାଡ଼ିବାରେ ଲାଗିଥିଲା ।

ଏହି ଭିଡିଓକୁ ଶକ୍ତି କପୂର ନିଜ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି ଏବଂ କ୍ୟାପ୍ସନରେ ଲେଖିଛନ୍ତି ଯେସାକୁ ତେସା । ଏହି ଭିଡିଓକୁ ଦେଖି ଅନେକ କମେଣ୍ଟରେ ନିଜର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି ।

 

View this post on Instagram

 

A post shared by Shakti Kapoor (@shaktikapoor)

 

Get real time updates directly on you device, subscribe now.