ଯୋଡ଼ା: ମାଙ୍ଗାନିଜ ଉତ୍ତୋଳନ ବେଳେ ଖଣି ବିଭାଗର ବଡ଼ ଚଢାଉ। ୭ ଜଣଙ୍କୁ ଗିରଫ ସହ ବିପୁଳ ମାଙ୍ଗାନିଜ୍ ଜବତ ହୋଇଛି। ଚମ୍ପୁଆ ଉପଖଣ୍ଡ ଯୋଡ଼ା ହୁଡ଼ିସାହି ଜଙ୍ଗଲରେ ଏହି ଚଢାଉ ହୋଇଛି।
ଲଘୁ ଖଣିଜ ଚୋରା ଚାଲାଣ ରାଜ୍ୟରେ ଖୁବ ଜୋରରେ ବଢିଚାଲିଛି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସେ ସୂଚନା ଦେଇଥିଲେ ଯେ, ଏଣିକି ଲଘୁ ଖଣିଜ ଚୋରା ଚାଲାଣରେ ରୋକ ଲାଗିବ।
ସେ ଆହୁରି ସୂଚନା ଦେଇ କହିଥିଲେ ଯେ, ଖଣି ବିଭାଗରେ ରହିବ, କିନ୍ତୁ ଦାୟିତ୍ୱ ନେବ ରାଜସ୍ୱ ବିଭାଗ। ରାଜସ୍ୱ ବିଭାଗ ଦାୟିତ୍ୱ ସୁଚାର ରୂପେ ତୁଲାଇବ ବୋଲି ଆଶା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଲଘୁ ଖଣିଜ ଦ୍ରବ୍ୟ ଲୁଟ୍କୁ ନେଇ ଏବେ ରାଜ୍ୟ ସରକାର ଚିନ୍ତା ପ୍ରକଟ କରିଛନ୍ତି। ଇ-ଟ୍ରାନ୍ଜିଟ୍ ପାସ୍ ବିନା କୌଣସି ଲଘୁ ଖଣିଜ ଦ୍ରବ୍ୟ ପରିବହନକୁ ଅନୁମତି ନ ଦେବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ।
ରାଜ୍ୟରେ ଟିପି ବା ଟ୍ରାନ୍ଜିଟ୍ ପାସ୍ ବିନା କୌଣସି ଲଘୁ ଖଣିଜ ଦ୍ରବ୍ୟ ପରିବହନ ହୋଇପାରିବ ନାହିଁ। ବିନା ଟିପିରେ ପରିବହନ ହେଉଥିବା ଖଣିଜ ଦ୍ରବ୍ୟ ବେଆଇନ ବୋଲି ବିଚାର କରାଯିବ।