୧୩ ଲକ୍ଷ ଟଙ୍କାରୁ ଅଧିକ ଦରରେ ନିଲାମ ହେଲା ମାର୍କ ଜୁକରବର୍ଗଙ୍କ ପୁରୁଣା ହୁଡି

ମେଟା ସିଇଓ ମାର୍କ ଜୁକରବର୍ଗଙ୍କ ଏକ ପୁରୁଣା ହୁଡି ୧୩ ଲକ୍ଷ ଟଙ୍କାରୁ ଅଧିକ ଦରରେ ନିଲାମ ହେଲା।

ନୂଆଦିଲ୍ଲୀ: ମେଟାର ସିଇଓ ମାର୍କ ଜୁକରବର୍ଗଙ୍କ ସହ ଜଡିତ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଜୁକର ବର୍ଗଙ୍କ ସକ ପୁରୁଣା ହୁଡି ନିଲାମରେ ୧୫ ହଜାର ଡଲାର (୧୩,୦୯୮୬୬ ଟଙ୍କା)ରେ ବିକ୍ରି ହୋଇଛି।

ବିଜନେସ ଇନସାଇଡରଙ୍କ ଅନୁଯାୟୀ, ଏହି ହୁଡି ଫେସବୁକର ଆରମ୍ଭ ଦିନରୁ ଅଛି, ଯେଉଁଥିରେ ମେଟାଙ୍କ ସଂସ୍ଥାପକଙ୍କ ହାତରୁ ଲେଖାଯାଇଥିବା ଏକ ଚିଠି ଅଛି। ନୋଟ ଫେସବୁକ ଷ୍ଟେସନାରୀରେ ଲେଖାଯାଇଥିଲା।

ମାର୍କ ଜୁକରବର୍ଗଙ୍କ ହୁଡିକୁ ଜୁଲିୟନ୍ସ ଗୁରୁବାର ଦିନ ସ୍ପଟଲାଇଟ-ହିଷ୍ଟ୍ରୀ ଆଣ୍ଡ ଟେକ୍ନୋଲୋଜୀ ନିଲାମୀ ଭାବେ ବିକ୍ରି କରିଛନ୍ତି। ଅନୁମାନ ଲଗାଯାଇଥିଲା ଯେ, ଏହାର ମୂଲ୍ୟ ୧ ହଜାର ଡକଲାର ରୁ ୨ ହଜାର ମଧ୍ୟରେ ହେବ। ହେଲେ ଏହା ଅନୁମାନଠାରୁ ଆହୁରି ଅଧିକ ଟଙ୍କା ୧୫ ହଜାର ୮୭୫ ଡଲାରରେ ବିକ୍ରି ହେଲା।

ଏହି ହୁଡି ପିନ୍ଧି ମାର୍କ ଜୁକର ବର୍ଗ ଅନେକ ସଫଳତାପୂର୍ଣ୍ଣ ଇଭେଣ୍ଟରେ ପିନ୍ଧିଛନ୍ତି। ତେବେ ମିଳିଥିବା ସୂଚନା ମୁତାବକ, ନିଲାମୀରୁ ମିଳିଥିବା ଏହି ଆୟ ଟେକ୍ସାସରେ ସ୍ଲୁଲ ପିଲାଙ୍କ ପାଇଁ ଖର୍ଚ୍ଚ କରାଯିବ।