ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ ପୁଣି ଥରେ ଦୁନିଆର ସବୁଠାରୁ ମୂଲ୍ୟବାନ କମ୍ପାନୀ ଆସନରେ ବସିଛି । ଗତ କିଛିଦିନ ଧରି ଦୁର୍ବଳ ପ୍ରଦର୍ଶନ କାରଣରୁ ଆପଲର ଶେୟାରରେ ପ୍ରାୟ ୩.୫୦ ପ୍ରତିଶତ ହ୍ରାସ ପାଇଥିଲା । ଫଳରେ ମାଇକ୍ରୋସଫ୍ଟ ବ୍ରାଣ୍ଡ ଭ୍ରାଲ୍ୟୁରେ ଆପଲକୁ ପଛରେ ପକାଇ ଦେଇଛି । ତେବେ ନିବେଶକଙ୍କ ସୁରକ୍ଷା କ୍ଷେତ୍ରରେ ଆପଲ ତୁଳନାରେ ଏବେ ମାଇକ୍ରୋସଫ୍ଟ ଅଧିକ ଗ୍ରହଣଯୋଗଗ୍ୟ । ମାଇକ୍ରୋସଫ୍ଟର ବିଜିନେସରେ ବିବିଧତା ହେଉଛି ଏହାର ପ୍ରକୃତ କାରଣ । ଅର୍ଥନୀତିରେ ସୁଧାର ଆସିବା ପରେ ଆପଲ ତୁଳନାରେ ମାଇକ୍ରୋସଫ୍ଟ ଅଧିକ ପ୍ରଭାବୀ ଢଙ୍ଗରେ ମୁକାବିଲା କରିବାରେ ସକ୍ଷମ ହେବ ବୋଲି ଆମେରିକାର ଗ୍ଲୋବାଲ ଇନଭେଷ୍ଟରର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
ରାୟଟର୍ସର ଏକ ରିପୋର୍ଟ ମୁତାବକ, ଏହା ପୂର୍ବରୁ ଗତ ୨୦୨୦ରେ ପ୍ରଥମ ୬ ମାସ ମଧ୍ୟରେ ମାଇକ୍ରୋସଫ୍ଟ ଆପଲକୁ ପଛକୁ ପକାଇବାରେ ସକ୍ଷମ ହୋଇଥିଲା । ବର୍ତ୍ତମାନ ଆପଲର ବ୍ୟବସାୟରେ ସପ୍ଲାୟ ଚେନରେ କ୍ରାଇସିସ୍ ଚାଲିଥିବାର ଦେଖାଯାଉଛି । ଅନ୍ୟପଟେ ମାଇକ୍ରୋସଫ୍ଟରେ କ୍ଲାଉଡ୍ ବିଜିନେସ୍ ଆଗକୁ ବଢ଼ିବାରେ ଲାଗିଛି । ଗତ ଜୁନ୍ ମାସରେ ମାଇକ୍ରୋସଫ୍ଟ ପ୍ରଥମ ଥର ପାଇଁ ୨ ଟ୍ରିଲିୟନଧାରୀ ମାର୍କେଟ କ୍ୟାମ୍ପରେ ସାମିଲ ହୋଇଥିଲା । ଆପଲ ପରେ ଦ୍ୱିତୀୟ ଥର ପାଇଁ ମାଇକ୍ରୋସଫ୍ଟ ଏହି ଅଙ୍କକୁ ପାର କରିବାରେ ସକ୍ଷମ ହୋଇଥିଲା ।