ଗଞ୍ଜାମ,୩୦ ।୧(ଓଡିଶା ଭାସ୍କର): ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି ସ୍ମାର୍ଟ କ୍ଲାସ ରୁମ୍ । ଇଣ୍ଡୋ-ଆମେରିକାନ ଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ପ୍ରୟାସରେ ଏହାକୁ ଆରମ୍ଭ କରାଯାଇଛି । ସ୍ମାର୍ଟ କ୍ଲାସ ରୁମର ଶୁଭାରମ୍ଭ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଛତ୍ରପୁର ବ୍ଲକର ୧୮ଟି ବିଦ୍ୟାୟଳରେ ଏକକାଳୀନ ଚାଲିଛି ସ୍ମାର୍ଟ କ୍ଲାସ୍ ।
ତେବେ ନିକଟରେ ଚମାଖଣ୍ଡି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ଓ ଚମାଖଣ୍ଡି ଉଚ୍ଚ ବିଦ୍ୟାଳୟ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାସ ଓ ବିଇଓ ଅବିନାଶ ଶତପଥି ପରିଦର୍ଶନ କରି ୨ଟି ବିଦ୍ୟାଳୟରେ ସ୍କାର୍ଟ କ୍ଲାସ ନିମନ୍ତେ ଆବଶ୍ୟକୀୟ ଥିବା ବିଭିନ୍ନ ଭିତ୍ତିଭୂମିର ତଦାରଖ କରିଥିଲେ । ସ୍ମାର୍ଟ କ୍ଲାସ ନିମନ୍ତେ ଆବଶ୍ୟକୀୟ କୋଠରୀ, ବିଦ୍ୟୁତ ସୁବିଧା ଓ ପାନୀୟ ଜଳ ସମେତ ବିଭିନ୍ନ ସୁବିଧା ସମ୍ପର୍କରେ ସେମାନେ ବୁଲି ଦେଖିଥିଲେ ।