fbpx

ଚାଟିଂ ଆପ୍‌ରେ ନାବାଳିକା ସହ ପ୍ରେମ, ପରେ ଅପହରଣ; ମୋବାଇଲ୍ ଟ୍ରାକିଂରୁ ଅଭିଯୁକ୍ତକୁ ଧରିଲା ପୋଲିସ

Advertisement

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଦିଲ୍ଲୀରୁ ଏକ ନାବାଳିକା ଝିଅକୁ ଅପହରଣ ମାମଲା ସାମ୍ନାକୁ ଆସିଛି। ଏହି ମାମଲାରେ ୟୁପିରୁ ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଯୁବକକୁ ଗିରଫ କରିଛି ପୋଲିସ। ଅପହରଣ ମାମଲା ତଦନ୍ତ ଚଳାଇଥିବା ସୂଚନା ମିଳିଛି।

ସୂଚନା ମୁତାବିକ, ଦିଲ୍ଲୀ ପୋଲିସ ଏକ ନାବାଳିକା ଅପହରଣ ମାମଲାରେ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ପଶ୍ଚିମ ଉତ୍ତର ପ୍ରଦେଶର ବିଜନ୍‌ର ତଜିଲ ମହମ୍ମଦ ବୋଲି ପରିଚୟ ମିଳିଛି। ଯୁବକ ଜଣକ ପୋସାରେ କାଠ କାରୀଗର ଭାବେ କାମ କରୁଥିବା ଜଣାପଡିଛି। ନାବାଳିକାଙ୍କୁ ଚାଟିଂ ଆପ୍ ମାଧ୍ୟମରେ ଯୁବକଙ୍କ ବନ୍ଧୁତା ହୋଇଥିଲା। ପରେ ପ୍ରେମ ଜାଲରେ ଫସାଇ ବିଜନୋରର ଅନିଶା ନାଙ୍ଗଲି ଗ୍ରାମକୁ ନେଇ ଯାଇଥିଲେ ଯୁବକ। ମୋବାଇଲ୍ ଟ୍ରାକିଂ ଜରିଆରେ ଉଭୟଙ୍କୁ ବିଜନୋରରୁ ଅନିଶା ନାଙ୍ଗଲି ଗ୍ରାମ ଧରିଥିଲା ପୋଲିସ।

ନାବାଳିକାର ଭଉଣୀ ପୋଲିସକୁ କହିଛନ୍ତି ଯେ, ତାଙ୍କ ବଡ଼ ଭଉଣୀ ଲାଇକ୍ ଆପ୍‌ରେ ଜରିଆରେ ଜଣେ ଯୁବକଙ୍କ ସହିତ କଥା ହେଉଥିଲେ। କିନ୍ତୁ ସେ କେବେ ବି ତାଙ୍କୁ ଭେଟି ନଥିଲେ। ଭଉଣୀ ନିଖୋଜ ହେବା ପଛରେ ସେହି ଯୁବକଙ୍କ ହାତ ଥିବା ସନ୍ଦେହ ହୋଇଥିଲା। ପୋଲିସ ନିକଟରେ ଅଭିଯୋଗ ହେବା ପରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଏବଂ ୟୁପିରୁ ନାବାଳିକାକୁ ଉଦ୍ଧାର କରି ଦିଲ୍ଲୀ ଆଣିଥିବା ଜଣାପଡିଛି। ଏହି ମାମଲାର ଅଧିକ ତଦନ୍ତ ହେବା ପରେ ଘଟଣା ଉପରୁ ପରଦା ହଟିବ ବୋଲି ପୋଲିସ କହିଛି।

Get real time updates directly on you device, subscribe now.