ଭୁବନେଶ୍ୱର: ଗତକାଲି ଗୃହ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା, ବିଭିନ୍ନ ରାଜ୍ୟରେ ମକ୍ଡ୍ରିଲ୍ କରାଯିବ। ତେବେ ରାଜ୍ୟରେ ୧୨ଟି ସ୍ଥାନରେ ମକ୍ଡ୍ରିଲ୍ ହୋଇପାରେ ବୋଲି କୁହାଯାଉଛି।
ନାଗରିକଙ୍କ ସୁରକ୍ଷା ପାଇଁ ଧାମରା, ଚାନ୍ଦିପୁର, ଭୁବନେଶ୍ୱର, କଟକ, ପୁରୀ, ଭଦ୍ରକ, କେନ୍ଦ୍ରାପଡ଼ା, ଗୋପାଳପୁର, ପାରଦୀପରେ ମକ୍ଡ୍ରିଲ୍ ହେବାର ସୂଚନା ରହିଛି। ଅନ୍ୟ ସମ୍ବେଦନଶୀଳ ସ୍ଥାନରେ ବି ହୋଇପାରେ ମକ୍ଡ୍ରିଲ୍।
ଗୃହମନ୍ତ୍ରାଳୟ ପକ୍ଷରୁ ଜାରି ନିର୍ଦ୍ଦେଶରେ କୁହାଯାଇଥିଲା ଯେ, ରାଜ୍ୟ ୭ ମେ ୨୦୨୫ରେ ନାଗରିକଙ୍କ ସୁରକ୍ଷା ପାଇଁ ମକ୍ ଡ୍ରିଲ୍ ଆୟୋଜନ କରିବ। ଏହା ଏଥିପାଇଁ କରାଯାଉଛି କାରଣ, କୌଣସି ଜରୁରୀକାଳୀନ ପରିସ୍ଥିତିରେ ଲୋକଙ୍କର ସୁରକ୍ଷା କରାଯାଇପାରିବ।
ମକ୍ ଡ୍ରିଲ୍ ସମୟରେ ଏହା ଉପରେ ଦିଆଯିବ ଧ୍ୟାନ:
-ଏୟାର ଷ୍ଟ୍ରାଇକ ଆଲର୍ଟ ସମୟରେ ସାଇରନ ବାଜିବ।
-ଆକ୍ରମଣ ସମୟରେ ନାଗରିକ, ଛାତ୍ରମାନଙ୍କୁ ନିଜର ସୁରକ୍ଷା ପାଇଁ ଟ୍ରେନିଂ ଦିଆଯିବ।
-ଆକ୍ରମଣ ସମୟରେ ବ୍ଲାକ ଆଉଟ୍ କରିବା।
-ଲୋକମାନଙ୍କ ଦ୍ୱାରା ସ୍ଥାନକୁ ଖାଲି କରିବା ବା ବାହାର କରିବାର ପ୍ଲାନିଂ କରିବା ଏବଂ ତା’ର ଅଭ୍ୟାସ କରିବା।