ଭୁବନେଶ୍ୱରରେ ହେବ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ସେଣ୍ଟର

ଭୁବନେଶ୍ୱର: ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ସ୍ଥାପନ ହେବ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ସେଣ୍ଟର । ଏନେଇ ଭୁବନେଶ୍ୱର ସାଂସଦଙ୍କ ପ୍ରସ୍ତାବରେ ସହମତି ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ସୂଚନା ମୁତାବକ, ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କୁ ଭେଟିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା । ୧୩ରେ ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଅପରାଜିତା ଏହି ପ୍ରସ୍ତାବ ରଖିଥିଲେ ।