୩୫ ମିନିଟର ଫୋନ୍ କଲରେ ଟ୍ରମ୍ପଙ୍କ ଉପରେ ରାଗିଲେ ମୋଦି, କହିଲେ ଆତଙ୍କବାଦ ବିରୋଧର ଲଢ଼େଇ ଜାରି
ଅପରେଶନ ସିନ୍ଦୁର ଏବେ ବି ଜାରି ଅଛି । ଆତଙ୍କବାଦ ବିରୋଧୀ ଅଭିଯାନ ଚାଲିଛି ।
ନୂଆଦିଲ୍ଲୀ: ଅପରେଶନ ସିନ୍ଦୁର ପରେ ପ୍ରଥମ ଥର ପ୍ରଧାନମନ୍ତ୍ରୀ ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହୋଇଛନ୍ତି । ଫୋନରେ ଦୁଇ ରାଷ୍ଟ୍ର ମୁଖ୍ୟ ପାଖାପାଖି ୩୫ ମିନିଟ୍ କାଳ କଥା ହୋଇଛନ୍ତି ।
ଏହି ଫୋନ୍ କଲରେ ମୋଦି ଟ୍ରମ୍ପଙ୍କ ଉପରେ ରାଗିଯାଇଥିବା କହିଛନ୍ତି, ବିଦେଶ ସଚିବ ବିକ୍ରମ ମିଶ୍ରି । ମୋଦି ଟ୍ରମ୍ପଙ୍କୁ କହତିଲେ ଯେ, ପାକିସ୍ତାନ ଗୁଳିର ଜବାବ୍ ଭାରତ ବୋମାରେ ଦେବ । ଅପରେଶନ ସିନ୍ଦୁର ଏବେବି ଜାରି ରହିଛି ।
ଆତଙ୍କବାଦ ଲଢ଼େଇରେ ଭାରତ କୌଣସି ପ୍ରକାର ଟ୍ରେଡ୍ ଡିଲର ସାହାଯ୍ୟ ନେବନାହିଁ । ଆତଙ୍କବାଦ ବିରୋଧରେ ଭାରତର ଲଢ଼େି ଜାରି ରହିବ ବୋଲି ମୋଦି ଟ୍ରମ୍ପଙ୍କୁ ଫୋନ ଯୋଗେ କହିଥିବା ସଚିବ କହିଛନ୍ତି ।
୨୨ ଏପ୍ରିଲ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ମେ’ ୬ ତାରିଖରେ ଭାରତ ପକ୍ଷରୁ ଅପରେଶନ ସିନ୍ଦୁର ଆରମ୍ଭ କରାଯାଇଥିଲା । ବିଳମ୍ବିତ ରାତିରେ ପାକିସ୍ତାନର ୯ ଆତଙ୍କବାଦୀ ଅଡ୍ଡା ଉପରକୁ ଏୟାର ଷ୍ଟ୍ରାଇକ କରିଥିଲା ଭାରତୀୟ ବାୟୁ ସେନା ।
ଅପରେଶନରେ ଶତାଧିକ ଆତଙ୍କବାଦୀ ପ୍ରାଣ ହରାଇଥିବା କୁହାଯାଉଛି ।