fbpx

ଭାରତର ଅଭିବୃଦ୍ଧିକୁ ନେଇ Moody’sର ପୂର୍ବାନୁମାନ, GDP ଗ୍ରୋଥ୍ ୭.୧% ବେଗରେ ବୃଦ୍ଧି ପାଇବ

ନୂଆଦିଲ୍ଲୀ: ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇ ରହିଛି । ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି(IMF) ଏବଂ ବିଶ୍ୱ ବ୍ୟାଙ୍କ ସମେତ ଅନେକ ବିଶ୍ୱସ୍ତରୀୟ ଏଜେନ୍ସି ଏହାର ଗତି ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି । ଏଥିମଧ୍ୟରେ ରେଟିଂ ଏଜେନ୍ସି ମୁଡିଜ୍‌(Moody’s) ମଧ୍ୟ ଏହି ତାଲିକାରେ ସାମିଲ ହୋଇଯାଇଛି ଏବଂ ଭାରତ ପାଇଁ ଜିଡିପି ଅଭିବୃଦ୍ଧିର ପୂର୍ବାନୁମାନ ବୃଦ୍ଧି କରିଛି । କ୍ୟାଲେଣ୍ଡର ଇୟର ୨୦୨୪ରେ ଭାରତ ୭.୧% ବେଗରେ ବୃଦ୍ଧି ପାଇବା ନେଇ ମୁଡିଜ୍ ପକ୍ଷରୁ କୁହାଯାଇଛି ।

ମୁଡିଜ୍ ଆନାଲିଟିକ୍ସର ନୂତନ ରିପୋର୍ଟରେ ଭାରତରେ ମୁଦ୍ରାସ୍ଫିତୀ ହାର(inflation rate) ବିଷୟରେ ଉଲ୍ଲେଖ କରାଯାଇଛି । ମୁଡିଜ୍ ଦେଶର ଅର୍ଥିନୀତିର ଗତିର ଆକଳନକୁ ସଂଶୋଧିତ କରି ଏଥିରେ ୩୦ ବେସିସ୍ ପଏଣ୍ଟ ବୃଦ୍ଧି କରିଛି । ସେହିପରି ଭାରତର ମୁଦ୍ରାସ୍ଫିତୀ ପୁର୍ବାନୁମାନକୁ ୫%ରୁ ୪.୭%କୁ ହ୍ରାସ କରିଛି । ଏହା ବ୍ୟତୀତ ନୂତନ ଏସୀୟ-ପ୍ରଶାନ୍ତ ଆଉଟଲୁକରେ ଗ୍ଲୋବାଲ କ୍ରେଡିଟ୍ ରେଟିଂ ଏଜେନ୍ସି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଦେଶର ବୃଦ୍ଧି ପୂର୍ବାନୁମାନକୁ ୬.୫%ରେ ଅପରିବର୍ତ୍ତିତ ରଖିଛି । ସେହିପରି ୨୦୨୫-୨୬ ରେ ଭାରତୀୟ ଅର୍ଥନୀତି ୬.୬% ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି । ଭାରତୀୟ ଅର୍ଥନୀତିକୁ ନେଇ କେବଳ ମୁଡିଜ୍ ନୁହେଁ ବରଂ ୱାର୍ଲ୍ଡ ବ୍ୟାଙ୍କ ଠାରୁ ଆରମ୍ଭ କରି ଅନ୍ୟ ଗ୍ଲୋବାଲ ଏଜେନ୍ସିଗୁଡ଼ିକର ବି ବିଶ୍ୱାସ ରହିଛି ଏବଂ ସମସ୍ତେ ଦେଶର ଜିଡିପି ଅଭିବୃଦ୍ଧି ଅକଳନକୁ ବୃଦ୍ଧି କରିଛନ୍ତି । ଆର୍ଥିକ ବର୍ଷ ୨୦୨୫-୨୬ରେ ୱାର୍ଲ୍ଡ ବ୍ୟାଙ୍କ ଇନଫ୍ରଷ୍ଟ୍ରକ୍‌ଚରରେ ସରକାରୀ ଖର୍ଚ୍ଚ, ରିୟଲ ଇଷ୍ଟେଟରେ ଘରୋଇ ନିବେଶରେ ବୃଦ୍ଧି ଏବଂ ଉତ୍ତମ ମୌସୁମୀର ଉଲ୍ଲେଖ କରି ଭାରତର ଅଭିବୃଦ୍ଧି ଅନୁମାନକୁ ୬.୬%ରୁ ୭% ବୃଦ୍ଧି କରିଥିଲା । ସେହିପରି ଚଳିତ ବର୍ଷ IMF ଜିଡିପି ଅଭିବୃଦ୍ଧି ପୂର୍ବାନୁମାନକୁ ୨୦ ବେସିସ୍ ପଏଣ୍ଟ ବୃଦ୍ଧି କରି ୭%ରେ ସ୍ଥିର କରିଛି ।

 

Get real time updates directly on you device, subscribe now.