fbpx

ପେଟ୍ରୋଲ-ଡିଜେଲ ଖର୍ଚ୍ଚ କମାଇବ ଟାୟାର୍, ସରକାର ଲାଗୁ କରିବାକୁ ଯାଉଛନ୍ତି ନୂଆ ନିୟମ

ନୂଆଦିଲ୍ଲୀ: ଦେଶରେ କାର ଓ ବ୍ୟବସାୟିକ କାର୍ଯ୍ୟରେ ନିୟୋଜିତ ଯାନବାହାନର ଟାୟାର ସଡକରେ ଯେମିତି ଅଧିକ ମାଇଲେଜ ଏବଂ ସୁରକ୍ଷା ପ୍ରଦାନ କରିବ ତାକୁ ଦୃଷ୍ଟିରେ ରଖି ନୂତନ ନିୟମ ଲାଗୁ ହେବାକୁ ଯାଉଛି । କେନ୍ଦ୍ର ସଡକ ପରିବହନ ମନ୍ତ୍ରଣାଳୟ ଏହି ସମ୍ବନ୍ଧରେ ଏକ ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି । ଏହାରି ଅନୁସାରେ, କାର, ବସ ଓ ଟ୍ରକର ଟାୟାରକୁ ସଡକ ଅନୁରୂପ ଉନ୍ନତ କରାଯିବ । ଏହା ଟାୟାରର ଗୁଣବତା ଏବଂ ବିଶ୍ୱସନୀୟତାକୁ ସୁନିଶ୍ଚିତ କରିବ ।

ସରକାରଙ୍କ ପ୍ରସ୍ତାବ ଅନୁଯାୟୀ, ନୂତନ ବ୍ୟବସ୍ଥା ନୂତନ ମୋଡେଲ୍ ଟାୟାର ପାଇଁ ୨୦୨୧ ଅକ୍ଟୋବର ୧ ଏବଂ ବର୍ତମାନ ପ୍ରଚଳିତ ଟାୟାର ପାଇଁ ୨୦୨୨ ଅକ୍ଟୋବର ୧ରେ ଲାଗୁ କରାଯିବ । ଏହାର ଉଦ୍ଦେଶ୍ୟ ଯାନବାହାନର ଟାୟାର ଅଧିକ ଭରସାଯୋଗ୍ୟ ସହ ସୁରକ୍ଷିତ ହୋଇ ପାରିବ ।

ମନ୍ତ୍ରଣାଳୟ ଅନୁଯାୟୀ, ଏହି ନୂତନ ବ୍ୟବସ୍ଥାରେ ପ୍ରସ୍ତୁତ ଟାୟାର ଘର୍ଷଣ ଶକ୍ତିା ସହ ଉତ୍ପନ ଶବ୍ଦକୁ କମ କରିବ । ଟାୟାରର ରୋଲିଙ୍ଗ ରେସିଷ୍ଟାନ୍ସ ଯାନବାହାନର ମାଇଲେଜ ଉପରେ ପ୍ରଭାବ ପକାଇଥାଏ । କିନ୍ତୁ ମନ୍ତ୍ରଣାଳୟର ନୂତନ ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ରାସ୍ତା ଅନୁରୂପ ଟାୟାର ପ୍ରସ୍ତୁତ ହେବ ଯାହା ଗାଡିର ମାଇଲେଜ ବୃଦ୍ଧିରେ ବେଶ ସହାୟକ ହେବ । ପେଟ୍ରୋଲ-ଡିଜେଲ୍ ଖର୍ଚ୍ଚ ମଧ୍ୟ ହ୍ରାସ ଘଟିବ।

କେବଳ ଏତିକି ନୁହେଁ ସରକାର ନିକଟ ଭବିଷ୍ୟତରେ ଟାୟାର ପାଇଁ ଏକ ଷ୍ଟାର ରେଟିଂର ବ୍ୟବସ୍ଥା ବିକଶିତ କରିବାକୁ ଯାଉଛନ୍ତି । ଏହି ମାନଦଣ୍ଡ ୨୦୧୬ରେ ୟୁରୋପରେ ଲାଗୁ ମାନଦଣ୍ଡ ପରି ରହିଛି । ଏହି ଡ୍ରାଫ୍ଟର ନିୟମ ଉପରେ କୌଣସି ଅଭିଯୋଗ କିମ୍ବା ପରାମର୍ଶ ଥିଲେ ପଠାଇ ପାରିବେ ବୋଲି ମନ୍ତ୍ରଣାଳୟ କହିଛି ।

Get real time updates directly on you device, subscribe now.