fbpx

ଉପରମୁଣ୍ଡରୁ ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ ପ୍ରବେଶ କରୁଛି ଅଧିକ ପାଣି: ନଦୀବନ୍ଧ କର୍ତ୍ତୃପକ୍ଷ ଖୋଲିଲେ ଆଉ ୫ଟି ଗେଟ

ହୀରାକୁଦ: ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ନିୟନ୍ତ୍ରଣରେ ଥିଲେ ମଧ୍ୟ ଏବେ ବି ବୌଦ୍ଧ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲା ସହିତ ଅନ୍ୟ କିଛି ଅଞ୍ଚଳର ଲୋକମାନେ ପାଣି ଘେର ମଧ୍ୟରେ ରହିଛନ୍ତି। ରାଜ୍ୟ ସ୍ୱତନ୍ତ୍ର ରିଲିଫ୍‍ କମିଶନର ସତ୍ୟବ୍ରତ ସାହୁଙ୍କ ସୂଚନା ଅନୁସାରେ, ଲଗାଣ ବର୍ଷାରେ ରାଜ୍ୟର ୧୨ଟି ଜିଲ୍ଲାର ୪୮୧ ଗାଁ ପ୍ରଭାବିତ ହୋଇଛି। ପ୍ରଶାସନ ତରଫରୁ ସେମାନଙ୍କୁ ଖାଦ୍ୟ ଏବଂ ପାନୀୟଜଳର ବ୍ୟବସ୍ଥା କରାଯାଉଛି । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଅଧିକାଂଶ ଗାଁ ପାଣି ଘେରରେ ରହିଥିବାରୁ ଆଜି ସେଠାର ସ୍କୁଲଗୁଡ଼ିକ ବନ୍ଦ ରହିଛି । ଜିଲ୍ଲାର ଚାରୋଟି ବ୍ଲକର ୬୧ଟି ପଞ୍ଚାୟତର ୩୨୬ ଗାଁର ପ୍ରାୟ ୧ ଲକ୍ଷ ୮୦ ହଜାରରୁ ଅଧିକା ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି ବୋଲି ଜିଲ୍ଲା ପ୍ରଶାସନ ତରଫରୁ କୁହାଯାଇଛି ।

ହୀରାକୁଦ ଗେଟ୍‍ ଖୋଲିଲା ମହାନଦୀର ଉପରମୁଣ୍ଡରୁ ହୀରାକୁଦ ଜଳଭଣ୍ଡାରକୁ ଅଧିକ ଜଳ ପ୍ରବାହିତ ହେଉଥିବାରୁ ନଦୀବନ୍ଧ କର୍ତ୍ତୃପକ୍ଷ ଆଜି ଆଉ ୫ଟି ଗେଟ୍‍ ଖୋଲିଛନ୍ତି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ ୧୭ଟି ଗେଟ୍‍ ଦେଇ ମହାନଦୀ ଏବଂ କେନାଲକୁ ପାଣି ଛଡାଯାଉଛି । ଆଜି ମଧ୍ୟାହ୍ଣ ୧୨ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୧ ଦଶମିକ ୦/୬ ଫୁଟ ଥିଲା । ଏହି ସମୟ ସୁଦ୍ଧା ଜଳଭଣ୍ଡାରକୁ ୪ ଲକ୍ଷ ୮୮ ହଜାର  ୬୨୪ ଘନଫୁଟ ପାଣି ପ୍ରତି ସେକେଣ୍ଡରେ ପ୍ରବେଶ କରୁଥିବାବେଳେ ୧୭ଟି ଗେଟ୍‍ ଓ କେନାଲ ଦେଇ ୩ ଲକ୍ଷ ୨ ହଜାର ଶହେ ଅଣାନବେ ଘନଫୁଟ ପାଣି ନିଷ୍କାସିତ ହେଉଛି । ସୂଚନାଯୋଗ୍ୟ ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ।

 

 

Get real time updates directly on you device, subscribe now.