ଭବାନୀପାଟଣା: ବିଦ୍ୟୁତ୍ ଆଘାତରେ ୭ ବର୍ଷୀୟ ପୁଅ ସହ ମାଆର ମୃତ୍ୟୁ ଘଟିଛି। ବିଜେପୁର ଥାନା ଅନ୍ତର୍ଗତ ପୋଇଗୁଡ଼ା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ସୂଚନାମୁତାବକ, ଘରେ ଛିଣ୍ଡି ପଡ଼ିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି।
ଉଲ୍ଲେଖନୀୟ, ମେ’ ୧୭ ତାରିଖରେ ଏପରି ଏକ ଅଭାବନୀୟ ଘଟଣା ଘଟିଥିଲା। ଏହି ଘଟଣାଟି ଘଟିଥିଲା ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ସୋର ଅଞ୍ଚଳରେ।
ମହିଳା ଜଣକ ସକାଳୁ ଫୁଲ ତୋଳିବାକୁ ଯାଇଥିଲେ। ଏହି ସମୟରେ ତାଙ୍କୁ କରେଣ୍ଟ ମାରିଥିଲା। ଯାହାଫଳରେ ସେହିଠାରେ ମହିଳାଙ୍କର ମୃତ୍ୟୁ ଘଟିଥିଲା।
ବଜ୍ରପାତରେ ୨ ମୃତ: ଝାରସୁଗୁଡ଼ା ଖଲିଆପଡ଼ାରେ ଜଣଙ୍କର ମୃତ୍ୟୁ ଘଟିଛି ବଜ୍ରପାତରେ। ଏଥିସହ ମାହାଙ୍ଗା ବରଦିଆ ଗାଁରେ ବଜ୍ରପାତରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି।