fbpx

Akasa Air ଫ୍ଲାଇଟରେ ବୋମା ଥିବା ଶୁଣି ଆତଙ୍କିତ ହେଲେ ଯାତ୍ରୀ, ଦିଲ୍ଲୀରୁ ମୁମ୍ବାଇକୁ ଯାଉଥିଲା ବିମାନ

Advertisement

ନୂଆଦିଲ୍ଲୀ: ଆକାଶ ଏୟାରର ଏକ ଫ୍ଲାଇଟରେ ବୋମା ରହିବା ଖବରରେ ଆତଙ୍କିତ ହୋଇଛନ୍ତି ଯାତ୍ରୀ ଏବଂ କ୍ରୁ ମେମ୍ବର । ସୂଚନା ମିଳିବା ମାତ୍ରେ ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଫ୍ଲାଇଟ .. କୁ ଅଲର୍ଟ କରାଯାଇଛି । ଏହାପରେ ବିମାନକୁ ଅହମଦାବାଦ ଆଡେ ଡାଇଭର୍ଟ କରାଗଲା।

ଏହି ବିମାନରେ ୧୮୬ ଜଣ ଯାତ୍ରୀ, ୧ ଶିଶୁ ଏବଂ ଛଅ କ୍ରୁ ସଦସ୍ୟ ଯାତ୍ରା କରୁଥିଲେ । ଜରୁରୀକାଳୀନ ପ୍ରତିକ୍ରିୟାମାନଙ୍କୁ ପାଳନ କରି ୧୦ ଟା ୧୩ ମିନିଟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଆନ୍ତର୍ଜାତୀୟ ଏୟାରପୋର୍ଟରେ ବିମାନକୁ ସୁରକ୍ଷିତ ଭାବେ ଅବତରଣ କରାଯାଇଛି । ସମସ୍ତ ଯାତ୍ରୀମାନଙ୍କୁ ବିମାନରୁ ବାହାର କରାଯାଇଛି ।

Get real time updates directly on you device, subscribe now.