“ଲକ୍ଷ ଲକ୍ଷ ଭକ୍ତଙ୍କୁ ଭ୍ରମିତ ଏବଂ ହତାଶ କରାଯାଇଛି..”, ରଥଟଣା ବିଳମ୍ବକୁ ନେଇ ନବୀନଙ୍କ ଉଦ୍ବେଗ
ରଥଟଣା ବିଳମ୍ବକୁ ନେଇ ବିରୋଧୀଦଳ ନେତା ନବୀନଙ୍କ ଉଦ୍ବେଗ
ଭୁବନେଶ୍ୱର: ଗତକାଲି ଥିଲା ପବିତ୍ର ରଥଯାତ୍ରା। ରଥଯାତ୍ରା ବହୁତ ବିଳମ୍ବ ହୋଇ, ଆଜି ପୁଣି ରଥଟଣା ଆରମ୍ଭ ହୋଇଛି। ଏନେଇ ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସିଛି।
ନବୀନ ପଟ୍ଟାନାୟକ ରଥଟଣା ବିଳମ୍ବକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ନନ୍ଦିଘୋଷ ଟାଣିବାରେ ଅତ୍ୟଧିକ ବିଳମ୍ବ ପାଇଁ ପ୍ରଶାସନକୁ ଆଙ୍ଗୁଳି ଦେଖାଉନୁ। ଆମ ରାଜ୍ୟର ସବୁଠାରୁ ପବିତ୍ର ପର୍ବ ସମୟରେ ଘଟଣାକୁ ନେଇ ମୁଁ ଗଭୀର ଚିନ୍ତିତ।
ସେ ଆହୁରି କହିଛନ୍ତି ଯେ, ଗତ ବର୍ଷର ଆଡ଼ପ ବିଜେ ପହଣ୍ଡି ସମୟର ଅଘଟଣ ଭୁଲିଯିବା କଷ୍ଟକର। କାଲି ସନ୍ଧ୍ୟା ୭ଟା ୪୫ ପର୍ଯ୍ୟନ୍ତ ସିଂହଦ୍ୱାରରେ ନନ୍ଦିଘୋଷ ଠିଆ ହୋଇଥିବାର ଦେଖିଥିଲୁ। ଦିନ ଶେଷ ହେବା ପୂର୍ବରୁ କେବଳ କିଛି ମିଟର ଆଗକୁ ବଢିଥିଲା।
ବିଶ୍ୱରୁ ଆସିଥିବା ଲକ୍ଷ ଲକ୍ଷ ଭକ୍ତଙ୍କୁ ସଂପୂର୍ଣ୍ଣ ଭାବରେ ହତାଶ, ଭ୍ରମିତ କରିଛି। ଦୁର୍ବଳ ଭିଡ଼ ପରିଚାଳନା ଯୋଗୁଁ ଶହ ଶହ ଭକ୍ତ ମଧ୍ୟ ଆହତ ହୋଇଛନ୍ତି ହୋଇଛନ୍ତି ବୋଲି କହିଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ।