fbpx

ମୃତ ମହିଳାଙ୍କ ଗର୍ଭରୁ ବାହାରିଲା ଜୀବନ୍ତ ଶିଶୁ, ପଢନ୍ତୁ ଏହି ଦୁଃଖଭରା କାହାଣୀ

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧକୁ ୧୦ ମାସ ହୋଇସାରିଛି । ଗାଜା ସୀମାରେ ଇସ୍ରାଏଲର ସେନା ଦିନ ରାତି ବୋମାମାଡ କରୁଛନ୍ତି । ଯୁଦ୍ଧରେ ଏପର୍ଯ୍ୟନ୍ତ ୩୮ ହଜାର ୯୦୦ରୁ ଅଧିକ ପାଲେଷ୍ଟାଇନ ଲୋକେ ନିଜ ଜୀବନ ହାରିଛନ୍ତି । ପିଏମ ନେତନ୍ୟାହୁ ଏହା ସ୍ପଷ୍ଟ କରିଛନ୍ତି ଯେ, ଯେତେ ପର୍ଯ୍ୟନ୍ତ ସେ ପୂରା ହମାସକୁ ସଫା ନ କରିଛନ୍ତି, ସେତେ ପର୍ଯ୍ୟନ୍ତ ଏହି ଯୁଦ୍ଧ ରୋକିବ ନାହିଁ । ଏହାରି ମଧ୍ୟରେ ଶୁକ୍ରବାର ଦିନ ଗାଜା ସୀମାରେ କିଛି ଏଭଳି ହୋଇଛି ଯାହାକୁ ଶୁଣି ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ ।

ଇସ୍ରାଏଲ ସେନା ମଧ୍ୟ ଗାଜାର ଶରଣାର୍ଥୀ କେନ୍ଦ୍ରକୁ ଶନିବାର ରାତିରେ ଟାର୍ଗେଟ କରିଛନ୍ତି । ଏହି ଆକ୍ରମଣରେ ୧୩ ଜଣ ଲୋକେ ମୃତ୍ୟୁ ବରଣ କରିଛନ୍ତି । ମୃତକଙ୍କଙ୍କ ମଦ୍ୟରୁ ଜଣେ ମହିଳା ମଧ୍ୟ ସାମିଲ ଥିଲେ, ଶବ ସତ୍କାର ପୂର୍ବରୁ ଯାଞ୍ଚ ସମୟରେ ଏହା ଜଣାପଡିଛି ଯେ, ମହିଳା ଗର୍ଭବତୀ ଥିଲେ । ଯାହାପରେ ଶବକୁ ଚିକିତ୍ସା ପାଇଁ ପଠାଯାଇଥିଲା । ସେଠାରେ ଜଣାପଡିଥିଲା ଯେ, ତାଙ୍କ ପେଟରେ ଥିବା ଛୁଆ ବଞ୍ଚିଛି ଏବଂ ପରେ ସେହି ଶିଶୁର ଜୀବନ ବଞ୍ଚାଯାଇ ବାହାରକୁ ବାହର କରାଗଲା ।

ଏହି ଶୁିଶୁ ବାଳକକୁ କିଏ ପାଳନ-ପୋଷଣ କରିବ ତାହା ଏବେ ପ୍ରଶ୍ନ ଉଠିଛି । ମାଆର ମୃତ୍ୟୁ ପରେ ବର୍ତ୍ତମାନ ତାକୁ କ୍ଷୀର କିଏ ଦେବ । ଆକ୍ରମଣ ସମୟରେ ଗର୍ଭବତୀ ମହିଳା ଓଲା-ଅଲ-କୁର୍ଦ(୨୫) ଅନ୍ୟ ଛଅ ଜଣଙ୍କ ସହ ମୃତ୍ୟୁ ବରଣ କରିଛନ୍ତି । ଡାକ୍ତର କହିଛନ୍ତି ଯେ, ଶିଶୁଟିର ଅବସ୍ଥା ସ୍ଥିର ରହିଛି, ହେଲେ ତାକୁ ଅକ୍ସିଜେନ ଲଗାଯାଇଛି । ଏହି ଆକ୍ରମଣରେ ଶିଶୁଟିର ବାପା ଆହାତ ହୋଇଛନ୍ତି, ହେଲେ ସେ ବଞ୍ଚିଯାଇଛନ୍ତି ।

Get real time updates directly on you device, subscribe now.