fbpx

ଅସମ୍ଭାଳ କରୋନା! ଓଡିଶାର ଏହି ଜିଲ୍ଲା ପାଇଁ ଆସିଲା ନୂଆ ଗାଇଡଲାଇନ୍

ମାଲକାନଗିରି,୨୩ ।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ପୁଣି ବଢିବାରେ ଲାଗିଛି । ଗତ କିଛି ଦିନ ହେବ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିବାରେ ଲାଗିଛି । ଏହାରି ମଧ୍ୟରେ ମାଲାକାନଗିରି ଜିଲ୍ଲା ପାଇଁ ନୂଆ ନିର୍ଦ୍ଦେଶାନାମା ଜାରି କରିଛି ପ୍ରଶାସନ । ଏଣିକି ବାହାର ରାଜ୍ୟ ଫେରନ୍ତାକୁ ବାଧ୍ୟତାମୂଳକ ସଙ୍ଗରୋଧ ବା କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି । ବାହାର ରାଜ୍ୟ ଫେରନ୍ତା ସର୍ବନିମ୍ବ ୭ ଦିନ ବାଧ୍ୟତାମୂଳକ ସଙ୍ଗରୋଧରେ ରହିବେ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶାନାମା ଜାରି ହୋଇଛି ।

ଜିଲ୍ଲାସ୍ତରୀୟ ଅଧିକାରୀ ଛୁଟିରେ ଗଲେ ନିଜର ଗସ୍ତସୂଚୀ ଦେବେ । ଏନଫୋର୍ସମେଣ୍ଟ କଡାକଡି ପାଇଁ ତହସିଲଦାର ଓ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱତନ୍ତ୍ର ଫିଭର କ୍ଲିନିକ ଖୋଲିବାକୁ ସିଡିଏମଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମାଲକାନଗିରି, ମାଥିଲି, କାଲିମେଳଠାରେ ସ୍ୱତନ୍ତ୍ର ଫିଭର କ୍ଲିନିକ କରାଯାଇଛି । ବିବାହ, ଶ୍ରାଦ୍ଧ, ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ୨୦୦ ଲୋକଙ୍କୁ ଅନୁମତି ଦିଆଯିବ ।

ତେବେ ରାଜ୍ୟରେ ଆଜି ପୁଣି ୧୧୩ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୬୭ ଓ ସ୍ଥାନୀୟ ଅଞ୍ଚଳରୁ ୪୬ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୯ ହଜାର ୦୭୬ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୩ ଲକ୍ଷ ୩୬ ହଜାର ୨୦୬ରହିଥିବା ବେଳେ ୮୯୮ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.