ନୂଆଦିଲ୍ଲୀ: ଦେଶରେ କରୋନା ଟେଷ୍ଟିଂ କ୍ଷେତ୍ରରେ ଆସୁଥିବା ଅସୁବିଧାକୁ ଦୃଷ୍ଟିରେ ରଖି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ବୁଧବାର ଏକ ହୋମ ଟେଷ୍ଟିଂ କିଟକୁ ମଞ୍ଜୁରୀ ଦେଇଛି । ଯାହାଦ୍ୱାରା କେହିବି ଘରେ ବସି କୋଭିଡ ଟେଷ୍ଟ କରିପାରିବେ । ସୂଚନା ଅନୁଯାୟୀ କୋଭିସେଲ୍ଫ ନାମକ ଏହି ଟେଷ୍ଟିଂ କିଟ ଏକ ରାପିଡ ଆଣ୍ଟିଜେନ କିଟ ଅଟେ ।
ଏବେ ଯେତେବେଳେ ଘରେ ବସି କୋଭିଡ ଟେଷ୍ଟିଂ କରିବା ପାଇଁ କିଟକୁ ମଞ୍ଜୁରୀ ମିଳିଯାଇଛି ଏଭଳି କ୍ଷେତ୍ରରେ ଆଇସିଏମଆର କୋଭିସେଲ୍ୱକୁ ନେଇ ଏକ ଆଡଭାଇଜରୀ ଜାରିକରିଛି । ଯେଉଁଥିରେ କିଟର ବ୍ୟବହାରକୁ ନେଇ ସମସ୍ତ ଗାଇଡଲାଇନ ରହିଛି । ଯାହା ଆପଣଙ୍କର ଜାଣିବା ଜରୁରୀ ।
୧ ଘରେ ଏହି ରାପିଡ ଆଣ୍ଟିଜେନ ଟେଷ୍ଟ କିଟ୍ ର ବ୍ୟବହାର ସେହିମାନେ କରିବା ଉଚିତ ଯେଉଁମାନଙ୍କୁ କୋଭିଡ-୧୯ର ଲକ୍ଷଣ ରହିଛି କିମ୍ବା ସେମାନେ ଯଦି କୌଣସି ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ୱର୍ଶରେ ଆସିଛନ୍ତି ।
୨ ଟେଷ୍ଟିଂ କିଟର ବ୍ୟବହାର ବାରମ୍ବାର ମନ ଇଚ୍ଛା କରନ୍ତୁ ନାହିଁ ।
୩ ଘରେ ଯାଞ୍ଚ ପାଇଁ କିଟରେ ଦିଆଯାଇଥିବା ଗାଇଡଲାନକୁ ନିଶ୍ଚୟ ପଢନ୍ତୁ ।
୪ କୋଭିସେଲ୍ଫ ମୋବାଇଲ ଆପ୍ ଗୁଗଲ ପ୍ଲେ ଷ୍ଟୋରରେ ଉପଲବ୍ଧ । ଏଥିରେ ଟେଷ୍ଟ କିଟର ବ୍ୟବହାର କରିବାର ସମସ୍ତ ପ୍ରକ୍ରିୟା ଦର୍ଶାଯାଇଛି । ଟେଷ୍ଟିଂ ପ୍ରକ୍ରିୟା ପରେ ଟେଷ୍ଟ ଷ୍ଟ୍ରିପର ଫଟୋ ନେବାକୁ ପରାମର୍ଶ ଦିଆଯାଇଛି ଏବଂ ଏହା ମଧ୍ୟ ସେହି ଫୋନରେ ନେବାକୁ ହେବ ଯେଉଁ ଫୋନରେ କୋଭିସେଲ୍ପ ଆପ୍କୁ ରେଜିଷ୍ଟ୍ରେସନ କରାଯାଇଥିବ ।
୫ ତେବେ ଆପଣଙ୍କ ଆପ୍ ଡାଟା ଏକ ସୁରକ୍ଷିତ ସର୍ଭରରେ ରହିବ ଯାହା ଆଇସିଏମଆର ର କୋଭିଡ-୧୯ ଟେଷ୍ଟିଂ ପୋର୍ଟାଲ ସହ ଜଡ଼ିତ । ଏଠାରେ ସମସ୍ତ ତଥ୍ୟକୁ ଷ୍ଟୋର କରି ରଖାଯାଇଛି । ଆଡଭାଇଜରୀରେ କୁହାଯାଇଛି ଯେ ସମସ୍ତ ରୋଗୀଙ୍କ ତଥ୍ୟ ସଂପୂର୍ଣ୍ଣ ଭାବରେ ଗୋପନୀୟ ରଖାଯିବ ।
୬ ଆଡଭାଇଜରୀ ଅନୁସାରେ ଏହି କୋଭିଡ ଟେଷ୍ଟିଂ କିଟ କୋଭିସେଲ୍ପ ଦ୍ୱାରା ଯେଉଁମାନେ କୋଭିଡ ପଜିଟିଭ ହୋଇଥିବେ ସେମାନଙ୍କୁ ଆଉ କୋଭିଡ ଟେଷ୍ଟ କରିବା ଦରକାର ନାହିଁ । ପଜିଟିଭ ହୋଇଥିବା ବ୍ୟକ୍ତି ହୋମ ଆଇସୋଲେସନରେ ରହିବା ଏବଂ ଆଇସିଏମଆର ଏବଂ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗାଇଡଲାଇନକୁ ପାଳନ କରିବେ । ତେବେ ଯଦି କୌଣସି ବ୍ୟକ୍ତିଙ୍କଠାରେ ଲକ୍ଷଣ ଥାଏ ଏବଂ ରାପିଡ ଆଣ୍ଟିଜେନ ଟେଷ୍ଟିଂ କିଟରେ ନେଗେଟିଭ ଆସିଥାଏ ତେବେ ତାଙ୍କୁ ଆରଟିପିସିଆର ଟେଷ୍ଟ କରିବାକୁ ପରାମର୍ଶ ଦିଆଯାଇଛି ।
୭ ଯଦି ଏଭଳି ବ୍ୟକ୍ତି ଯେଉଁମାନଙ୍କର ଟେଷ୍ଟିଂ କିଟରେ କୋଭିଡ ନେଗେଟିଭ ଆସିଥାଏ ଏବଂ ସୋମନଙ୍କୁ ଆରଟିପିସିଆର ଟେଷ୍ଟ କରିବା ସହ ରିପୋର୍ଟ ଆସିବା ପର୍ଯ୍ୟନ୍ତ ହୋମ ଆଇସୋଲେସନରେ ରହିବାକୁ ପାରମର୍ଶ ଦିଆଯାଇଛି ।
କେମିତି କରିବେ ଟେଷ୍ଟିଂ କିଟର ବ୍ୟବହାର:
ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ଆଇସିଏମଆର କରୋନା ଯାଞ୍ଚ ପାଇଁ ହୋମ ଟେଷ୍ଟିଂ କିଟକୁ ଅନୁମତି ଦେଇଛି । ତେବେ ଏହା ବଜାରରେ ଉପଲବ୍ଧ ହେବାକୁ କିଛି ସମୟ ଲାଗିବ । ଆଇସିଏମଆର କରୋନା ଟେଷ୍ଟିଂ କିଟକୁ ନେଇ ଏକ ଆଡଭାଇଜରୀ ଜାରି କରିଛି । ତେବେ ଏହାକୁ କିପରି ବ୍ୟବହାର କରିବେ ସେନେଇ ପ୍ରଶ୍ନ ଉଠିଛି ।
ଏଥିପାଇଁ ଆପଣଙ୍କୁ ପ୍ରଥମେ କିଟ ଆଣିବା ପରେ ଗୁଗଲ ପ୍ଲେ ଷ୍ଟୋରରୁ ‘ମାଇ ଲ୍ୟାବ କୋଭିସେଲ୍ଫ’ ଆପ ଡାଉନଲୋଡ କରିବାକୁୁ ପଡିବ । ଏହି ଆପରେ ଆପଣ ଟେଷ୍ଟ ରିପୋର୍ଟ ମଧ୍ୟ ପାଇପାରିବେ । ଏଥିରେ ୟୁଜରଙ୍କ ଡାଟା ଆଇସିଏମଆରର ଟେଷ୍ଟିଂ ପୋର୍ଟାଲରେ ଷ୍ଟୋର ହେବ । ତେବେ ରୋଗୀଙ୍କର ଗୋପନୀୟତା ବଜାୟ ରହିବ ।
ଏହି ଆପରେ କୋଭିଡ ଟେଷ୍ଟିଂ ବିଷୟରେ ବିସୃତ ଭାବରେ କୁହାଯାଇଛି । ଏହା ଛଡା ଏହାର ଏକ ଡେମୋ ମଧ୍ୟ ରହିଛି ଯେଉଁଥିରେ ଟେଷ୍ଟ କିଟ ଏବଂ ଟେଷ୍ଟ କରିବାର ପ୍ରକ୍ରିୟା କୁହାଯାଇଛି । କିଟରେ ପ୍ରଥମରୁ ଏକ ଟ୍ୟୁବ ରହିବ, ଷ୍ଟୋରାଇଲ ନୋଜଲ ସ୍ୱାବ, ଏବଂ ଟେଷ୍ଟ କାର୍ଡ ସହିତ ଏକ ବାୟୋହାଜାର୍ଡ ବ୍ୟାଗ ମଧ୍ୟ ମିଳିବ । ତେବେ ଜାଣନ୍ତୁ କିପରି ଏହାର ବ୍ୟବହାର କରିବେ ।
-ପ୍ରଥରେ ଟେଷ୍ଟିଂ ପୂର୍ବରୁ ନିଜ ହାତକୁ ଭଲ ଭବାରେ ଧୁଅନ୍ତୁ ଏବଂ ଏହାପରେ ହାତକୁ ଏକ ସଫା କପଡାରେ ପୋଛନ୍ତୁ ।
-ଏହାପରେ କିଟରେ ଦିଆଯାଇଥିବା ପାଉଚ ମଧ୍ୟରୁ ସମସ୍ତ କିଟକୁ ଅଲଗା ଅଲଗା ରଖନ୍ତୁ ଏବଂ ଏହା ପରେ ମାଇ ଲ୍ୟାବ କୋଭିସେଲ୍ଫ ଆପ ଖୋଲନ୍ତୁ ସେଥିରେ ଆପଣଙ୍କର ସୂଚନା ଦିଅନ୍ତୁ ଏବଂ ଟେଷ୍ଟ କିଟ ଉପରେ ଦିଆଯାଇଥିବା କୋଡକୁ ସ୍କାନ କରନ୍ତୁ ।
-ପାଉଚରୁ ଟ୍ୟୁବକୁ ବାହାର କରନ୍ତୁ ଏବଂ ଏହା ସହ ଶେଷ ଭାଗରେ ସାମ୍ପଲ ସଂଗ୍ରହ ପାଇଁ ଥିବା ସ୍ୱାବକୁ ବାହାର କରନ୍ତୁ । ତେବେ ସ୍ୱାବ ବାହାର କରିବା ସମୟରେ ଏହାର ମୁଖ୍ୟ ଭାଗକୁ ଛୁଅନ୍ତୁ ନାହିଁ ।
-ସ୍ୱାବକୁ ନାକ ଭିତରେ ପୂରାନ୍ତୁ ।
– ନାକର ଦୁଇ ଛିଦ୍ରରୁ ସାମ୍ପଲ ନେବାପରେ ସ୍ୱାବକୁ ଟେଷ୍ଟ ଟ୍ୟୁବରେ ଭର୍ତ୍ତି କରନ୍ତୁ ଏବଂ ଏହାକୁ ୧୦ ଥର ଘୂରାନ୍ତୁ ପରେ ସ୍ୱାବକୁ ବ୍ରେକ ପଏଣ୍ଟରୁ ଭାଙ୍ଗିଦିଅନ୍ତୁ ଏବଂ ବାକି ଭଗ୍ନାଂଶକୁ ଫୋପାଡି ଦିଅନ୍ତୁ ।
-ଟ୍ୟୁବ ସହିତ ନୋଜଲ କ୍ୟାପକୁ ବନ୍ଦ କରନ୍ତୁ ପରେ ଟେଷ୍ଟ କିଟ ର ସାମ୍ପଲ ବେଲରେ ଦିଆଯାଇଥିବା ଏକ୍ସଟ୍ରାକଟେଡ ଆଣ୍ଟିଜେନ ବଫର ମିଶ୍ରଣର ଦୁଇ ବୁନ୍ଦା ମିଶାନ୍ତୁ ।
-ଫଳାଫଳ ଜାଣିବା ପାଇଁ ୧୦ ରୁ ୧୫ ମିନିଟ ଅପେକ୍ଷା କରନ୍ତୁ ।
– ଟେଷ୍ଟ କିଟର ଫଟୋ ନିଅନ୍ତୁ ଏବଂ ଆପରେ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । ରିପୋର୍ଟ ପଜିଟିଭ ଆସିଲେ କ୍ୱାଲିଟି କଂଣ୍ଟ୍ରୋଲ ଲାଇନ ‘ସି’ ଏବଂ ‘ଟି’ ଦେଖାଯିବ । ନେଗେଟିଭ ଆସିଲେ ଟେଷ୍ଟ ଲାଇନ ଦେଖାଯିବନାହିଁ ।
ଆଡଭାଇଜରୀ ଅନୁଯାୟୀ ଯାହାର ଟେଷ୍ଟ ରିପୋର୍ଟ ପଜିଟିଭ ଆସିବ ତାଙ୍କୁ ସମସ୍ତ କୋଭିଡ ନିୟମ ମାନିବାକୁ ପଡିବ । ମାତ୍ର ରିପୋର୍ଟ ନେଗେଟିଭ ଆସିଲେ ଆରଟିପିସିଆର ଟେଷ୍ଟ କରିବାକୁ ପଡିବ ।