fbpx

ଆସିଲା ନୂଆ ନିର୍ଦ୍ଦେଶନାମା: ଏଣିକି ୧୮ ବର୍ଷରୁ କମ୍ ବୟସର ପୁଅ ଓ ଝିଅ ସ୍କୁଟି ଚଳାଇ ପାରିବେ ନାହିଁ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଯାନବାହାନର ଦ୍ରୁତ ବୃଦ୍ଧି କାରଣରୁ ଦୁର୍ଘଟଣା ବଢ଼ିବାରେ ଲାଗିଛି । ତେବେ ଅନେକ ସମୟରେ ଅଳ୍ପ ବୟସର ପିଲାମାନେ ଗାଡ଼ି ଚଳାଉଥିବା ବେଳେ ସେମାନେ ଅନେକ ଦୁର୍ଘଟଣାର ସାମ୍ନା କରିଥାନ୍ତି । ତେଣୁ ଏହି ଦୁର୍ଘଟଣାକୁ ରୋକିବା ପାଇଁ ଆସିଛି ଏକ ନୂଆ ନିୟମ । ଏଣିକି ୧୮ ବର୍ଷରୁ କମ୍ ବୟସର ପୁଅ, ଝିଅମାନେ ସ୍କୁଲ ଚଳାଇପାରିବେ ନାହିଁ ।

ସୂଚନା ମୁତାବକ, ୧୮ ବର୍ଷରୁ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ସ୍କୁଟି ଚଳାଇବାକୁ ନେଇ ଉତ୍ତରପ୍ରଦେଶ ସରକାର ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । କମ୍ ବୟସର ପିଲାମାନେ ୨ ଚକିଆ ଓ ୩ ଚକିଆ ଯାନ ଚଳାଇବା ନେଇ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲାଗୁ କରାଯାଇଛି । ଯଦି କୌଣସି ଅଭିଭାବକ ନାବାଳକ, ନାବାଳିକାଙ୍କୁ ଗାଡ଼ି ଚଳାଇବାକୁ ଦିଅନ୍ତି ତେବେ ଏ କ୍ଷେତ୍ରରେ ସେମାନଙ୍କୁ ୩ ବର୍ଷର ଜେଲଦଣ୍ଡ ସହିତ ୨୫ ହଜାର ଟଙ୍କାର ଜରିମାନାରେ ଦଣ୍ଡିତ କରାଯିବ ।

ୟୁପି ପରିବହନ ଟ୍ରାଫିକ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ଏହି ନିର୍ଦ୍ଦେଶନାମା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ନିକଟୁ ପଠାଯାଇଛି । ଉତ୍ତରପ୍ରଦେଶ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯିବା ପରେ ଏହି ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି ପରିଜନ ନିଜର ୧୮ ବର୍ଷରୁ କମ୍ ବୟସର ପିଲା (ପୁଅ / ଝିଅ)ଙ୍କୁ ସ୍କୁଟି, ବାଇକ ବା କାର ଚଳାଇବାକୁ ଦିଅନ୍ତି ତେବେ ସେଥିପାଇଁ ଅଭିଭାବକ ଦାୟୀ ରହିବେ । ଯଦି କୌଣସି ନାବାଳକ, ନାଳିକା ବାଇକ୍ ଚଳାଉଥିବା ସମୟରେ ଧରାପଡ଼ନ୍ତି ତେବେ ପରିଜନ ଦୋଷୀ ସାବ୍ୟସ୍ତ ହେବେ । ଏପରି ସ୍ଥିତିରେ ୧ ବର୍ଷ ପାଇଁ ଗାଡ଼ିର ଲାଇସନ୍ସେ ରଦ୍ଦ କରିଦିଆଯିବ ।

Get real time updates directly on you device, subscribe now.