fbpx

ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ମାମଲାରେ ଟ୍ୱିଷ୍ଟ: କିଏ ଏହି ସନ୍ତୋଷ ପାତ୍ର ?

ଭୁବନେଶ୍ୱର: ଟେଲି ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ଘଟଣାରେ ଆସିଛି ନୂଆ ମୋଡ । ମୃତ୍ୟୁ ମାମଲାରେ ଏଣ୍ଟ୍ରି ମାରିଛନ୍ତି ସନ୍ତୋଷ ପାତ୍ର । ତେବେ କିଏ ଏହି ସନ୍ତୋଷ ? ଏ ନେଇ ଉଠିଛି ଏକ ବିରାଟ ପ୍ରଶ୍ନ । ସେପଟେ ଆତ୍ମହତ୍ୟାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ରଶ୍ମିଙ୍କ ବାପା । ଅପରାଧୀକୁ ଉଚିତ ଦଣ୍ଡ ମିଳୁ ବୋଲି ସେ ଦାବି କରିଛନ୍ତି ।

ସୂଚନା ଅନୁସାରେ, ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ମାମଲାରେ ଏବେ ଆଉ ଏକ ନୂଆ ନାଁ ଯୋଡି ହୋଇଛି । ଯାହା ଫଳରେ ତାଙ୍କର ସନ୍ଦେହଜନକ ମୃତ୍ୟୁ ରହସ୍ୟରେ ଆହୁରି ବଢିଛଇ ସସପେନ୍ସ । ରଶ୍ମିଙ୍କ ଆତ୍ମହତ୍ୟାକୁ ନେଇ ବାପା ସନ୍ଦେହ ପ୍ରକାଶ କରିଛନ୍ତି । ସନ୍ତୋଷ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ଉପରେ ଲଗାଇଛନ୍ତି ଝିଅ ମୃତ୍ୟୁର ଆରୋପ । ତେବେ ଏଠି ପ୍ରଶ୍ନ ଉଠିଛି କିଏ ଏହି ସନ୍ତୋଷ ପାତ୍ର ? ରଶ୍ମିରେଖାଙ୍କ ସହ ତାଙ୍କ ସମ୍ପର୍କ କ’ଣ ?

ତେବେ ରଶ୍ମି ରହୁଥିବା ଭଡାଘରର ମାଲିକଙ୍କ କହିବା ଅନୁସାରେ, ସନ୍ତୋଷ ଏବଂ ରଶ୍ମି ସ୍ୱାମୀ-ସ୍ତ୍ରୀ ଭାବେ ସେଠାରେ ରହୁଥିଲେ । ସେପଟେ ସେମାନଙ୍କ ବାହାଘର କଥା ଜାଣି ନାହାନ୍ତି ବୋଲି କହିଛନ୍ତି ରଶ୍ମିଙ୍କ ବାପା । ତେବେ ଯଦି ସେମାନେ ସ୍ୱମୀ ସ୍ତ୍ରୀ ଭାବେ ରହୁଥିଲେ, ତାହେଲେ ସନ୍ତୋଷ ହିଁ ହତ୍ୟାକାରୀ ବୋଲି ରଶ୍ମିଙ୍କ ବାପା ଅଭିଯୋଗ କରିଛନ୍ତି । ଆଉ ଯଦି ସୁଇସାଇଡ ନୋଟ କଥା କୁହାଯାଉଛି, ତାହା କିଏ ଲେଖିଛି ଆମେ ଜାଣି ନାହୁଁ । ତେଣୁ ସନ୍ତୋଷ ଉପରେ ଆରୋପ ଲଗାଇବା ସହ ତାକୁ ଉଚିତ ଦଣ୍ଡ ମିଳୁ ଏବଂ ତଦନ୍ତ କରି ଜେଲ ପଠାଇବାକୁ ଦାବି କରିଛନ୍ତି ରଶ୍ମିରେଖାଙ୍କ ବାପା ।

Get real time updates directly on you device, subscribe now.