fbpx

ନବ ବିବାହିତା କନ୍ୟା ରାତିରେ ବର ସହ କଲା କିଛି ଏପରି, ପରିବାର ଲୋକେ ଆଶ୍ଚର୍ଯ୍ୟ

ବାହାଘର ହେଉଛି ଏକ ପବିତ୍ର ବନ୍ଧନ । ହିନ୍ଦୁ ଧର୍ମରେ ଏହାକୁ ୭ ଜନ୍ମର ସର୍ମ୍ପକ ଭାବେ କୁହାଯାଏ । କିନ୍ତୁ ଆଜିକାଲିର ବାହାଘର ଖେଳ ପାଲଟିଯାଇଛି । କିଛି ଲୋକ ଯୌତୁକ ପାଇଁ ବାହା ହେଉଛନ୍ତି ତ ଆଉ କେତେକ ଝିଅ ବାହାଘର ନାଁରେ ଟଙ୍କା ଲୁଟ୍ କରୁଛନ୍ତି । ଏପରି ଏକ ମାମଲା ହରିୟାଣାର ରୋହତକରୁ ସାମ୍ନାକୁ ଆସିଛି ।

ଖବର ମୁତାବକ, ରୋହତକରେ ରହୁଥିବା ସୁରେଶ କୁମାର ଦୁଇମାସ ପୂର୍ବରୁ ଛତିଶଗଡର ଆରତୀ ନାମକ ଜଣେ ଝିଅକୁ ବିବାହ କରିଥିଲେ । କିନ୍ତୁ ବାହାଘର ନାଁରେ ତାଙ୍କୁ ଧୋକା ମିଳିଛି । ପୀଡିତଙ୍କ ପରିବାର ଏବେ ସେମାନଙ୍କ ଭୁଲ ପାଇଁ ଅନୁତାପ କରୁଛନ୍ତି । କାଲି ସୁଦ୍ଧା ଯେଉଁ ଘରେ କନ୍ୟା ଆସିବାରୁ ଖୁସି ଥିଲା, ଆଜି ସେଠି ସବୁ ଶୂନଶାନ୍ ପଡିଛି । ।

ତେବେ ବାହାଘରର ୨ ଦିନ ପରେ ଆରତୀ ଅଚାନକ୍ ଗାଏବ୍ ହୋଇଛି । ଘର ଓ ଆଖପାଖ ଅଞ୍ଚଳରେ ଖୋଜାଖୋଜି କଲେ ବି କୌଣସି ପତ୍ତା ମିଳିନଥିଲା । କନ୍ୟା ନିଜ ସହ ୭୦ ହଜାର ଟଙ୍କା ଓ ସୁନା-ଗହଣା ନେଇ ପଳାଇଥିବା ଜଣାପଡିଛି । ଏହି ଟଙ୍କା ସୁରେଶ ନିଜ ମା’ଙ୍କ ଅପରେସନ ପାଇଁ ରଖିଥିଲେ । ମଧ୍ୟସ୍ଥିଙ୍କୁ ଡାକିବାରୁ ଜଣାପଡିଲା ଯେ ଆରତୀ ତାଙ୍କୁ ଫୋନ କରିବା ସହ ଛତିଶଗଡ଼ ଯାଉଥିବା କହିଥିଲେ । ଏହା ପରେ ପୀଡିତ ପରିବାର ପୋଲିସ ଷ୍ଟେସନରେ ଲୁଟେରୀ କନ୍ୟା ବିରୋଧରେ ଅଭିଯୋଗ କରିଛନ୍ତି ।

ପୀଡିତ ବର କହିଛନ୍ତି ଯେ, କନ୍ୟା ରାତିରେ ଚା’ରେ କିଛି ନିଶା ମିଶାଇ ପିଇବାକୁ ଦେଇଥିଲା । ଫଳରେ ସେ ଶୋଇପଡିଥିଲେ ଓ ଏହାର ସୁଯୋଗ ନେଇ ଲୁଟେରୀ କନ୍ୟା ଘରୁ ଫେରାର୍ ହୋଇଥିଲା । କନ୍ୟାର ଏପରି କାର୍ଯ୍ୟ ଫଳରେ ସମାଜରେ ସେମାନଙ୍କର ବଦନାମ ହୋଇଥିବା ପରିବାର ଲୋକେ କହିଛନ୍ତି ।

Get real time updates directly on you device, subscribe now.