fbpx

ଗୋଟିଏ ପରିବାରର ୯ ଜଣ ସଦସ୍ୟ ବିଷ ପିଇ ପ୍ରାଣ ହାରିଲେ: ମୃତ୍ୟୁ ପଛର କାରଣ ଆର୍ଥିକ ପରିସ୍ଥିତି ନା ଆଉ କିଛି

Advertisement

ନୂଆଦିଲ୍ଲୀ: ମହାରାଷ୍ଟ୍ରରୁ ଛାତି ଥରାଇ ଦେଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ଗୋଟିଏ ପରିବାରର ୯ ଜଣ ସଦସ୍ୟ ଏକସଙ୍ଗେ ଆତ୍ମହତ୍ୟା କରିଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହଡ଼କମ୍ପ ମଚିଯାଇଛି । ତେବେ ଏହା ଏକ ଆତ୍ମହତ୍ୟା ମାମଲା ହୋଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ସମସ୍ତ ସଦସ୍ୟ ବିଷ ପିଷ ଆତ୍ମହତ୍ୟା କରିଥିବା ଆଶଙ୍କା କରାଯାଉଛି ।

ସୂଚନା ମୁତାବକ, ମହାରାଷ୍ଟ୍ରର ସାଙ୍ଗଲୀ ଅଞ୍ଚଳରେ ଏହି ଘଟଣାଟି ଘଟିଛି । ରାଜଧାନୀ ମୁମ୍ବାଇ ଠାରୁ ୩୫୦ କିମି ଦୂର ସାଙ୍ଗଲୀ ଜିଲ୍ଲାର ମହୈସଲାର ଏକ ଡାକ୍ତରୀ ପରିବାରରେ ଏହି ଅଘଟଣ ଦେଖିବାକୁ ମିଳିଛି । ଆଜି ଦିନ ଦ୍ୱିପ୍ରହର ସମୟରେ ଡାକ୍ତର ଦମ୍ପତିଙ୍କ ଗୋଟିଏ ଘରୁ ୬ଟି ଶବ ଓ ଅନ୍ୟ ଘରୁ ୪ଟି ଶବ ଜବତ କରାଯାଇଛି ।

ତେବେ ମୃତକଙ୍କ ମଧ୍ୟରେ ପୋପଲ ୟଲ୍ଲାପ୍ପା ବନମୋରେ-୫୨, ସଙ୍ଗୀତା ପୋପଟ ବନମୋରେ-୪୮, ଅର୍ଚନା ପୋପଟ ବନମୋରେ-୩୦, ଶୁଭମ ପୋପଟ ବନମୋରେ-୨୮, ମାଣିକ ୟଲ୍ଲାପ୍ପା ବନମୋରେ-୪୯, ରେଖା ମାଣିକ ବନମୋରେ-୪୫, ଆଦିତ୍ୟ ମାଣିକ ବନମୋରେ-୧୫, ଅନିତା ମାଣିକ ବନମୋରେ-୨୮, ଅକ୍କାତାଈ ବନମୋରେ-୭୨ ରହିଛନ୍ତି ।

ଆଜି ଦିନ ଦ୍ୱିପ୍ରହର ପର୍ଯ୍ୟନ୍ତ ଘରର କବାଟ ବନ୍ଦ ରହିଥିଲା । ପରେ ପଡ଼ୋଶୀମାନେ ଆସି କବାଟ ଖୋଲି ଦେଖନ୍ତି ତ ଶବଗୁଡ଼ିକ ଘର ମଧ୍ୟରେ ପଡ଼ି ରହିଥିଲା । ଏହାପରେ ପଡ଼ୋଶୀ ପୋଲିସକୁ ଏନେଇ ସୂଚନା ଦେଇଛନ୍ତି । ତେବେ ଉକ୍ତ ପରିବାର ଘୋର ଆର୍ଥିକ ପରିସ୍ଥିତି ମଧ୍ୟରେ ଗତି କରୁଥିବା ଜଣାପଡ଼ିଛି । ତେଣୁ ମାନସିକ ଚାପକୁ ସହ୍ୟ କରିନପାରି ଏଭଳି ପଦକ୍ଷେପ ନେଇ ଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି । ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁ ପଛର ପ୍ରକୃତ କାରଣ ପଦାକୁ ଆସିବ ବୋଲି କୁହାଯାଉଛି ।

Get real time updates directly on you device, subscribe now.