fbpx

ସମାଜରେ ମିଳିନଥାଏ ସମ୍ମାନ… ଜୀବନରେ ଦେଖାଦେଇଥାଏ ସମସ୍ୟା, ଏହି ଅଭ୍ୟାସ ଠାରୁ ଦୂରେଇ ରୁହନ୍ତୁ

ଓଡ଼ିଶା ଭାସ୍କର: ବ୍ୟକ୍ତିର ଆଚରଣ ଏବଂ ସ୍ୱଭାବ ବ୍ୟକ୍ତିତ୍ୱ ଉପରେ ଗଭୀର ପ୍ରଭାବ ପକାଇଥାଏ । କିଛି ଲୋକମାନେ ଛୋଟ ଛୋଟ କଥାକୁ ନେଇ ଘାବରାଇ ଯାଇଥାନ୍ତି ତ ପୁଣି କେତେଜଣ ଚ୍ୟାଲେଞ୍ଜ୍ ସାମ୍ନା କରିବାକୁ ପସନ୍ଦ କରିଥାନ୍ତି । ବିଶେଷକରି ବୃତ୍ତିଗତ ଜୀବନରେ ଜାଣ ଆଜାଣତରେ ବ୍ୟକ୍ତିର କିଛି ବ୍ୟବହାର ଯୋଗୁଁ ଅନ୍ୟ ଲୋକମାନେ ତା ଠାରୁ ଦୂରେଇଯିବା ପସନ୍ଦ କରିଥାନ୍ତି । ଏହା ସହ ସମାଜରେ ସେମାନଙ୍କ ସମ୍ମାନ ମଧ୍ୟ ହ୍ରାସ ପାଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଭଳି ବ୍ୟବହାର ଠାରୁ ନିଜକୁ ଦୂରେଇ ରଖିବା ଉଚିତ ।

୧. ଅନ୍ୟକୁ ଖୁଣିବା: ଅନ୍ୟର ଖୁଣ ବାହାର କରିବା ଅଧିକାଂଶ ଲୋକଙ୍କ ଅଭ୍ୟାସ । ଏହା ଦ୍ୱାରା ସେମାନେ ନିଜକୁ ଅନ୍ୟଠାରୁ ଶ୍ରେଷ୍ଠ ମନେ କରିଥାନ୍ତି । ଏହି ଅଭ୍ୟାସ ସେମାନଙ୍କୁ ଅନ୍ୟଠାରୁ ଦୂରେଇଥାଏ । ତେଣୁ ଅନ୍ୟ ପୂର୍ବରୁ ନିଜକୁ ସୁଧାରିବା ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ।

୨. ଲୋକଦେଖାଣିଆ ବ୍ୟବହାର: ଯେଉଁ ବ୍ୟକ୍ତି ନିଜ ବିଷୟରେ ଅଧିକ ପ୍ରଶଂସା କରିଥାନ୍ତି, ଛୋଟ କଥାକୁ ଅଧିକ ବଢ଼େଇ ଚଢ଼େଇ କହିଥାନ୍ତି କିମ୍ବା ହାଇଫାଇ ଆଟିଟ୍ୟୁଡ୍ ରଖିବା ପସନ୍ଦ କରିଥାନ୍ତି ସେମାନଙ୍କୁ ଅନ୍ୟମାନେ ବିଶେଷ ପସନ୍ଦ କରିନଥାନ୍ତି ।

୩. ସୋସିଆଲାଇଜ୍‌: ଆପଣ ସବୁବେଳେ ନିଜ କମଫର୍ଟ ଜୋନରେ ରହିବା ଠିକ୍ ନୁହେଁ । ବିଭିନ୍ନ ସମୟରେ ଲୋକଙ୍କ ସହ ମିଳାମିଶା କରିବା, ସୋସିଆଲ ମିଡିଆରେ ଆକ୍ଟିଭ ରହିବା ଇତ୍ୟାଦି ଆପଣଙ୍କ ପର୍ସନାଲିଟି ବିକାଶରେ ସହାୟକ ହୋଇଥାଏ । ଅଧିକାଂଶ ସମୟରେ ବିଶେଷକରି କର୍ମକ୍ଷେତ୍ରରେ ଚୁପ୍ ରହିଲେ ଅନ୍ୟ ଲୋକମାନେ ଆପଣଙ୍କୁ ଇଗୋଇଷ୍ଟିକ୍ ଭାବିଥାନ୍ତି ।

୪. ମିଛ କହିବା: ଆପଣ ମିଛ କହି ଅନ୍ୟକୁ ଠକୁଥିଲେ କିମ୍ବା ଅନ୍ୟର ଆଟେନସନ୍ ପାଇବାକୁ ଚାହୁଁଥିଲେ ଧିରେ ଧିରେ ଲୋକମାନେ ଆପଣଙ୍କ ଠାରୁ ଦୂରେଇ ଯାଇଥାନ୍ତି । ଏହା ଆପଣଙ୍କ ସମ୍ମାନ ଉପରେ ଆଞ୍ଚ୍ ଆଣିଥାଏ ।

୫. ଚୁଗୁଲି କରିବା: ଅଧିକାଂଶ ବ୍ୟକ୍ତି ଅନ୍ୟର ପିଠି ପଛରେ ଚୁଗୁଲି କରଥାନ୍ତି । ଏହା ସହ ଅନ୍ୟର କାମର କ୍ରେଡିଟ୍ ନେବାକୁ ମଧ୍ୟ ପଛାଇନଥାନ୍ତି । ଏଭଳି ସ୍ଥିତିରେ ଲୋକମାନେ ଆପଣଙ୍କ ଠାରୁ ଦୂରେଇ ଯିବାକୁ ପସନ୍ଦ କରିଥାନ୍ତି । ସେମାନଙ୍କ ଧାରଣା ଥାଏ କି ଆପଣ ତାଙ୍କ ସାମ୍ନାରେ ଅନ୍ୟ ବିଷୟରେ ଚୁଗୁଲି କରୁଥିବେ ମାନେ ଅନ୍ୟ ସାମ୍ନାରେ ବି ତାଙ୍କୁ ନେଇ ଚୁଗୁଲି କରୁଥିବେ ।

୬. ଈର୍ଷ୍ୟା ଭାବନା: ପ୍ରତ୍ୟେକ ବ୍ୟକ୍ତି ଭିନ୍ନ ଏବଂ ସେମାନଙ୍କ ସ୍ୱଭାବ ମଧ୍ୟ ଭିନ୍ନ ଥାଏ । ଅନ୍ୟକୁ ନେଇ ମନରେ କେବେ ଈର୍ଶ୍ୟା ଭାବନା ଆଣନ୍ତୁ ନାହିଁ କିମ୍ବା ନିଜକୁ ତାଙ୍କ ସହ ତୁଳନା କରନ୍ତୁ ନାହିଁ । ଏହା ଦ୍ୱାରା ଆପଣଙ୍କ ସମ୍ମାନହାନୀ ହେବାର ସମ୍ଭାବନା ରହିଛି । ଲୋକମାନେ ଆପଣଙ୍କୁ ଗୁରୁତ୍ୱ ଦେବା କମ୍ କରିଦେବେ ।

୭. ଅନ୍ୟ ପ୍ରତି ସମ୍ମାନ: ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସମ୍ମାନ ଦିଅନ୍ତୁ । ଏହା ଦ୍ୱାରା ଆପଣ ଛୋଟ ହୋଇଯିବେ ନାହିଁ । ଅନ୍ୟକୁ ଅସମ୍ମାନ କଲେ ଲୋକମାନେ ଆପଣଙ୍କୁ ପସନ୍ଦ କରିବେ ନାହିଁ । ଆପଣଙ୍କ ବ୍ୟବହାର ଅନ୍ୟକୁ ଆପଣଙ୍କ ପ୍ରତି ଆକର୍ଷିତ କରିପାରେ ଏବଂ ଦୂରେଇ ମଧ୍ୟ ପାରେ ।

Get real time updates directly on you device, subscribe now.