ବର୍ଷର ପ୍ରଥମ ରବିବାରରେ ପଡୁଛି ବରିୟାନ ଯୋଗ, ଭୁଲରେ ବି କରନ୍ତୁନି ଏହି କାମ, ରାଗିଯିବେ ମାଆ ଲକ୍ଷ୍ମୀ

୨୦୨୫ର ପ୍ରଥମ ରବିବାର କରନ୍ତୁନି ଏହି କାର୍ଯ୍ୟ, ଟଙ୍କାର ଅଭାବକୁ ଦୂର କରିବା ଲାଗି ଆପଣାନ୍ତୁ ଏହି ଉପାୟ

ଓଡ଼ିଶା ଭାସ୍କର: ୨୦୨୫ ବର୍ଷର ପ୍ରଥମ ରବିବାର ୫ ଜାନୁଆରୀ ପଡୁଛି। ଏହି ଦିନ ସୂର୍ଯ୍ୟ ଦେବଙ୍କୁ ସମର୍ପିତ କରାଯାଇଥାଏ। ଏହି ଦିନ ସୂର୍ଯ୍ୟଦେବଙ୍କୁ ପୂଜା କରିବା ଆବଶ୍ୟକ। ଏହା କରିବା ଦ୍ୱାରା ସୁଖ, ଶାନ୍ତି ଏବଂ ସମୃଦ୍ଧି ପ୍ରାପ୍ତି ହୋଇଥାଏ। ହେଲେ ଏଥର ରବିବାର କିଛି ଖାସ ରହିଛି।

ଏହି ଦିନ ବରିୟାନ ଯୋଗ, ଏହି ଯୋଗରେ ମାଆ ଲକ୍ଷ୍ମୀଙ୍କୁ ପୂଜା କଲେ, ମାଆଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ଏବଂ ତାଙ୍କ ଉପରେ ଧନବର୍ଷା ହୋଇଥାଏ।

ଏହି ଦିନ ମାଆଙ୍କ ପୂଜା ଲକ୍ଷ୍ମୀ ଚାଳିଶା ସହ ଆରମ୍ଭ କରିବା ଆବଶ୍ୟକ। ଏଥିସହ ଦିନର ଶେଷ ଆରତୀ ସହ କରିବା ଆବଶ୍ୟକ। ଏଥିସହ ଏହି ଦିନ ଘରେ ଝଗଡ଼ା, ମାଂସହାରୀ ଭୋଜନ କରିବାରେ ଧନୀ ବ୍ୟକ୍ତି ମଧ୍ୟ ଦୁର୍ବଳ ହୋଇପଡେ ଏବଂ ଗରୀବ ମଧ୍ୟ ହୋଇଯାଇଥାଏ। ତେବେ ଏପରି କାମ ଭୁଲରେ ବି କରନ୍ତୁ ନାହିଁ।

-ତମ୍ବା ପାତ୍ର କିଣନ୍ତୁନି କି ବିକ୍ରି କରନ୍ତୁନି। ଏହା ରବିବାର ପାଇଁ ଅଶୁଭର ସଂକେତ।
-ଏହି ଦିନ ପଶ୍ଚିମ ଦିଗକୁ ଯାତ୍ରା କରିବାଠାରୁ ନିଜକୁ ଦୂରେଇ ରଖନ୍ତୁ।
-ରବିବାର ଦିନ ଛୁଟି କାଟନ୍ତୁ ନାହିଁ, ଏହା କରିବା ଦ୍ୱାରା ସୂର୍ଯ୍ୟ ଦୁର୍ବଳ ହେବାରେ ସ୍ୱାସ୍ଥ୍ୟ ସମସ୍ୟା ବଢିଥାଏ।
-ମାଂସ-ମଦ ସେବନଠାରୁ ନିଜକୁ ଦୂରେଇ ରଖନ୍ତୁ।
-ରବିବାର ଦିନ ସୂର୍ଯ୍ୟାସ୍ତ ପରେ ବିଲକୁଲ ଲୁଣ ନଖାଇବା ଆବଶ୍ୟକ। ଏଥିରେ ମଣିଷର ସ୍ୱାସ୍ଥ୍ୟ ଖରାପ ହେବା ସହ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ।