ପଞ୍ଜାବ PCS ପରୀକ୍ଷା ପାଇଁ ଜାରି ହେଲା ନୋଟିଫିକେସନ୍, ୩୨୨ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ
ପଞ୍ଜାବ ଲୋକସେବା ଆୟୋଗ ଏହାର ଡିଏସପି, ବିଡିଓ ଏବଂ ତହସିଲଦାର ସମେତ ଅନ୍ୟ ପଦବୀ ପାଇଁ ଆବେଦନ ଆହ୍ୱାନ କରିଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ୩୧ ଜାନୁଆରୀ ସୁଦ୍ଧା କରିପାରିବେ ଆବେଦନ ।
ଚଣ୍ଡିଗଡ଼: ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର । ପଞ୍ଜାବ ଲୋକସେବା ଆୟୋଗ(PPSC) ଏହାର ଷ୍ଟେଟ୍ ସିଭିଲ ସର୍ଭିସେସ୍ କମ୍ବାଇନ୍ଡ କମ୍ପେଟେଟିଭ୍ ପରୀକ୍ଷା(PSCSCCE) ୨୦୨୫ ପାଇଁ ନୋଟିଫିକେସନ୍ ଜାରି କରିଛି ।
ଆବେଦନ ପ୍ରକ୍ରିୟା ଜାନୁଆରୀ ୩ ତାରିଖରୁ ଆରମ୍ଭ ହୋଥିବା ବେଳେ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍ www.ppsc.gov.in କୁ ଯାଇ ଆବେଦନ କରିପାରିବେ । ରେଜିଷ୍ଟ୍ରେସନ୍ ୱିଣ୍ଡୋ ୩୧ ଜାନୁଆରୀ ଯାଏଁ ଖୋଲା ରହିବ ।
ପ୍ରାର୍ଥୀ ଯୋଗ୍ୟତା: ପ୍ରାର୍ଥୀ ଜଣଙ୍କ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଶିକ୍ଷାନୁଷ୍ଠାନରୁ ଯେକୌଣସି ବିଷୟରେ ସ୍ନାତକ ପରୀକ୍ଷା ଉତ୍ତୀର୍ଣ୍ଣ କରିଥିବା ଉଚିତ ।
ପ୍ରାର୍ଥୀ ଜଣଙ୍କ ବୟସ ୨୧ରୁ ୩୭ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ସଂରକ୍ଷିତ ବର୍ଗଙ୍କ ପାଇଁ ବୟସ ଛାଡ଼ ରହିଛି ।
ଶୁଳ୍କ: ଏକ୍ସ- ସର୍ଭିସ ମ୍ୟାନ୍, EWS, PWD ଏବଂ LDESM ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କ ବାବଦକୁ ୫୦୦ ଟଙ୍କା ଦେବାକୁ ପଡ଼ିବ । ସମସ୍ତ ରାଜ୍ୟର ଅନୁସୂଚିତ ଜାତି/ଜନଜାତି ଏବଂ କେବଳ ପଞ୍ଜାବ ରାଜ୍ୟର ପଛୁଆ ବର୍ଗଙ୍କୁ ଆବେଦନ ଶୁଳ୍କ ବାବଦକୁ ୫୦୦ ଟଙ୍କା ଏବଂ ପରୀକ୍ଷା ଶୁଳ୍କ ବାବଦକୁ ୨୫୦ ଟଙ୍କା ଜମା କରିବାକୁ ପଡ଼ିବ । ଅନ୍ୟ ସମସ୍ତ ବର୍ଗଙ୍କ ପାଇଁ ଆବେଦନ ଶୁଳ୍କ ୧୫୦୦ ଟଙ୍କା ରହିଛି ।
ଚୟନ ପ୍ରକ୍ରିୟା: ପ୍ରିଲିମନାରୀ ଏବଂ ମେନ୍ସ(ଲିଖିତ ଏବଂ ସାକ୍ଷାତକାର) ପରୀକ୍ଷା ଆଧାରରେ ପ୍ରାର୍ଥୀ ଚୟନ କରାଯିବ । ପ୍ରିଲିମ୍ସରେ ୨୦୦ ମାର୍କର ୨ଟି ପେପର ଏବଂ MCQ ରହିବ ।
ପଦବୀ ଡିଟେଲ୍ସ:
– ପଞ୍ଜାବ ସିଭିଲ ସର୍ଭିସ(ଏକଜିକ୍ୟୁଟିଭ୍ ବ୍ରାଞ୍ଚ୍): ୪୬ ପଦ
– ଡେପୁଟି ସୁପରଇଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ: ୧୭ ପଦ
– ତହସିଲଦାର: ୨୭ ପଦ
– ଏକ୍ସାଇଜ୍ ଏବଂ ଟ୍ୟାକ୍ସେସନ୍ ଅଫିସର: ୧୨୧ ପଦ
– ଫୁଡ୍ ଆଣ୍ଡ୍ ସିଭିଲ ସପ୍ଲାଇ ଅଫିସର: ୧୩ ପଦ
– ବ୍ଲକ୍ ଡେଭେଲପମେଣ୍ଟ ଆଣ୍ଡ୍ ପଞ୍ଚାୟତ ଅଫିସର: ୪୯ ପଦ
– ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର କୋ ଓପରେଟିଭ୍ ସୋସାଇଟିଜ୍: ୨୧ ପଦ
– ଲେବର କମ୍ କନସିଲିଏସନ୍ ଅଫିସର: ୩ ପଦ
– ଏମ୍ପ୍ଲୟମେଣ୍ଟ ଜେନେରେସନ୍, ସ୍କିଲ ଡେଭେଲପମେଣ୍ଟ ଆଣ୍ଡ୍ ଟ୍ରେନିଂ ଅଫିସର: ୧୨ ପଦ
– ଡେପୁଟି ସୁପରଇଣ୍ଟେଣ୍ଡେଣ୍ଟ ଜେଲ ଗ୍ରେଡ୍ ୨/ ଡିଷ୍ଟ୍ରିକ୍ଟ ପ୍ରୋବେସନ୍ ଅଫିସର: ୧୩ ପଦ