fbpx

ଆସିଗଲା Google Docsର ଶାନଦାର୍ ଟ୍ରିକ୍, ଏଣିକି ଅଲଗା ଅଲଗା ଭାଷାରେ କରିପାରିବେ Voice Typing

Advertisement

ନୂଆଦିଲ୍ଲୀ: ଗୁଗଲ ଡକ୍ସରେ ‘ଭଏସ୍ ଟାଇପିଂ’ ନାମରେ ଏକ ଶାନଦାର ଫିଚର ସାମିଲ କରାଯାଇଛି । ଏଥିରେ ଆପଣମାନେ ଅଲଗା ଅଲଗା ଭାଷାରେ ଭଏସ୍ ଟାଇପିଂ କରିପାରିବେ । ୟୁଜର୍ସମାନେ ନିଜର ଆବାଜ ସହାୟତାରେ ୪୦ରୁ ଅଧିକ ଭାଷାରେ ଟାଇପିଂ କରିପାରିବେ । ଏହି ନୂଆ ଫିଚର ହିନ୍ଦି, ନେପାଳୀ, ମରାଠି, ତେଲୁଗୁ ସହ ଅନ୍ୟ କ୍ଷେତ୍ରୀୟ ଭାଷାକୁ ସପୋର୍ଟ କରୁଥିବା ଜଣାପଡ଼ିଛି ।

ଏହି ଫିଚର ବିଶେଷ ଭାବେ ମହାମାରୀ ସମୟରେ ଲଞ୍ଚ କରାଯାଇଥିଲା । କାରଣ ଅଧିକାଂଶ ଲୋକ ଘରେ ରହିଥିବାରୁ ସେମାନେ ମଲ୍ଟିଟାସ୍କିକୁ ପସନ୍ଦ କରିଥାନ୍ତି । ଆପଣ ଯାହା କହିବେ, ଭଏସ ଟାଇପିଂ ଫିଚର ତାହା ଟାଇପ୍ ହୋଇଯିବ । ତେବେ ଏହି ଫିଚରରେ ବିରାମ ଚିହ୍ନକୁ ନେଇ ସାମାନ୍ୟ ଅସୁବିଧା ରହିଛି । ବିରାମ ଚିହ୍ନକୁ କେଉଁଠି ବ୍ୟବହାର କରାଯିବ ବା ତା’ର ଆବଶ୍ୟକତା ରହିଛି ନା ନାହିଁ, ତାହା ଜାଣିବା ଅସମ୍ଭବ ହୋଇଥାଏ । ୟୁଜର୍ସ ଭଏସ୍ ଟାଇପିଂକୁ ବ୍ୟବହାର କରି ଲମ୍ବା ନୋଟ୍ସ ତିଆରି କରିବା ସହ ନିବନ୍ଧ ବି ଲେଖିପାରିବେ ।

କେମିତି କରିବେ ଭଏସ୍ ଟାଇପିଂ-

୧- ଏଥିପାଇଁ ଆପଣ ବ୍ରାଉଜରେ www.docs.google.com ଖୋଲନ୍ତୁ । ଏହାପରେ ‘+’ ଆଇକନ ଉପରେ କ୍ଲିକ କରି ଡକ୍ୟୁମେଣ୍ଟ ବା ଟେମ୍ପଲେଟକୁ ସିଲେକ୍ଟ କରି ଟାଇପିଂ ଷ୍ଟାର୍ଟ କରନ୍ତୁ ।

୨- ସବୁଠାରୁ ଉପରେ ଥିବା ଟୁଲ୍ସ ଅପ୍ସନ ଉପରେ କ୍ଲିକ କରନ୍ତୁ ଓ ପୁଣି ଭଏସ୍ ଟାଇପ୍ ଉପରେ କ୍ଲିକ୍ କରନ୍ତୁ ।

୩- ତଳେ ଦିଆଯାଇଥିବା ଡ୍ରପ୍ ଡାଉନ୍ ସିଲେକ୍ସନରେ ନିଜ ପନ୍ଦର ଭାଷାକୁ ସିଲେକ୍ଟ କରନ୍ତୁ । ମାଇକ ଆଇକନ ଉପରେ କ୍ଲିକ କରନ୍ତୁ ଓ ଆପଣ ଯାହା ଟାଇପ୍ କରିବାକୁ ଚାହୁଁଛନ୍ତି, ତାହା କୁହନ୍ତୁ ।

୪- ନିଜେ କହିଥିବା ଶବ୍ଦକୁ ରୋକିବା ପାଇଁ ପୁନର୍ବାର ମାଇକ ଆଇକନରେ କ୍ଲିକ କରନ୍ତୁ ।

Get real time updates directly on you device, subscribe now.