ନୂଆଦିଲ୍ଲୀ: ମହାକାଶ ଏପରି ଏକ ରହସ୍ୟମୟୀ ଦୁନିଆ ଯାହା ବିଷୟରେ ଯେତେ ଜାଣିଲେ ସୁଦ୍ଧା କମ ଲାଗିଥାଏ । ତେବେ ଏହାରି ମଧ୍ୟରେ ନାସା ଶୁକ୍ରବାର ଦିନ ଆଉ ଏକ ଫଟୋ ଜାରି କରିଛି, ଯାହା ବିଷୟରେ ଅପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ । ନାସା ସୂର୍ଯ୍ୟରେ ଘଟିଥିବା ଶକ୍ତିଶାଳୀ ବିସ୍ଫୋରଣକୁ ଜାରି କରିଛି । ଯେଉଁଥିରେ ମଜବୁତ ସୌର ଜ୍ୱଳାମାନ ବାହାରିବା ନଜର ଆସିଛି ।
ନାସା ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ, ଏଜେନ୍ସିର ସୋଲାର ଡାଇନାମିକ୍ସ ଅବଜରଭେଟୋରୀ ଦୁଇଟି ବିସ୍ଫୋରଣକୁ ଜାରି କରିଛି । ଯାହାକି ୧୦ ମେ’ ରାତି ୯ଟା ୨୩ ମିନିଟରେ ହୋଇଥିବା ବେଳେ ୧୧ ମେ’ରେ ସକାଳ ୭ଟା ୪୪ ମିନିଟରେ ହୋଇଛି । ଅବଜରଭେଟୋରୀ ଏହି ଘଟଣାର ଅନେକ ଫଟୋ ମଧ୍ୟ ସେୟାର କରିଛି ।
The Sun emitted two strong solar flares on May 10-11, 2024, peaking at 9:23 p.m. EDT on May 10, and 7:44 a.m. EDT on May 11. NASA’s Solar Dynamics Observatory captured images of the events, which were classified as X5.8 and X1.5-class flares. https://t.co/nLfnG1OvvE pic.twitter.com/LjmI0rk2Wm
— NASA Sun & Space (@NASASun) May 11, 2024
ନାସା ସନ ଆଣ୍ଡ ସ୍ପେସ ନିଜ ଏକ୍ସ ଆକାଉଣ୍ଟରେ ଏହି ଘଟଣାର ଫଟୋ ଜାରି କରି ଲେଖିଛି ଯେ, ସୂର୍ଯ୍ୟ ୧୦-୧୧ ମେ’ ୨୦୨୪ରେ ଦୁଇଟି ଶକ୍ତିଶାଳୀ ସୌର ପ୍ରଜ୍ୱଳିତ କରିଛି, ଯାହା ୧୦ ମେ ରାତି ୯.୨୩ରେ ଘଟିଥିବା ବେଳେ ୧୧ ମେ’ ସକାଳ ୭.୪୪ରେ ଘଟିଥିଲା । ନାସା ସୋଲାର ଡାଇନାମିକ୍ସ ଅବଜରଭେଟୋରୀ ଘଟଣାର ଫଟୋ ଉଠାଇଛନ୍ତି, ଯାହାକୁ X5.8 ଏବଂ X1.5 କ୍ଲାସ ପ୍ଲେୟର୍ସରେ ବର୍ଗୀକୃତ କରାଯାଇଥିଲା ।