fbpx

ଭିଜିଲାନ୍ସ ଜାଲରେ ନୂଆପଡ଼ା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ

ନୂଆପଡ଼ା(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ନୀତି ବଢ଼ିବାରେ ଲାଗିଛି । ଏହାରେ ମଧ୍ୟରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ନୂଆପଡ଼ା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧୀକାରୀ । ନୂଆପଡ଼ା ସିଡିଭିଓ ତ୍ରିଲୋଚନ ଧଳଙ୍କ ଘରେ ଆଜି ଚଢ଼ାଉ କରିଛି ଭିଜିଲାନ୍ସ । ଏହା ବ୍ୟତୀତ ତ୍ରିଲୋଚନଙ୍କ କାର୍ଯ୍ୟାଳୟ, ସରକାରୀ ଘର ଓ ନରାଜ ସ୍ଥିତ ପୈତୃକ ବାସଭବନରେ ଭିଜିଲାନ୍ସ ରେଡ ହୋଇଛି ।

ତେବେ ସିଡିଭିଓ ତ୍ରିଲୋଚନ ଧଳଙ୍କ ଗାଡ଼ିରୁ ୨ ଲକ୍ଷ ୭୭ ହଜାର ଟଙ୍କା ଜବତ ପରେ ଏଭଳି ପଦକ୍ଷେପ ନିଆଯାଇଛି । ସରକାରୀ ଗାଡ଼ିରେ ଯାଉଥିବା ବେଳେ ସିଡିଭିଓ ତ୍ରିଲୋଚନଙ୍କ ଠାରୁ ଏହି ଟଙ୍କା ଜବତ ହୋଇଥିଲା । କିନ୍ତୁ ସିଡିଭିଓ ଜବତ ହୋଇଥିବା ଟଙ୍କାର ହିସାବ ଦେଇପାରିନଥିବା ସୂଚନା ମିଳିଛି ।

Get real time updates directly on you device, subscribe now.