ଓଡ଼ିଶା High Courtଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଆପରାଧିକ ମାମଲା ପାଇଁ ବାଜ୍ୟାପ୍ତି ହେବ ନାହିଁ ପାସପୋର୍ଟ
ବିଚାରାଧିନ ଆପରାଧିକ ମାମଲାରେ ବ୍ୟକ୍ତିଙ୍କ ପାସପୋର୍ଟ ବାଜ୍ୟାପ୍ତି କରାଯିବ ନାହିଁ । ଜଷ୍ଟିସ୍ ଶଶିକାନ୍ତ ମିଶ୍ରଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି ।
କଟକ: ବିଚାରାଧିନ ଆପରାଧିକ ମାମଲାରେ ବ୍ୟକ୍ତିଙ୍କ ପାସପୋର୍ଟ ବାଜ୍ୟାପ୍ତି କରାଯିବ ନାହିଁ । ଏ ନେଇ ଓଡ଼ିଶା ହାଇକୋର୍ଟ ବଡ଼ ରାୟ ଦେଇଛନ୍ତି ।
ଆପରାଧିକମାମଲା ବିଚାରଧିକ ଥିବା କାରଣରୁ ପାସପୋର୍ଟ ପ୍ରଦାନ କିମ୍ବା ନବୀକରଣ କରିବା ପ୍ରସଙ୍ଗରେ ଆଇନରେ କୌଣସି କଟକଣା ନାହିଁ । ଆସପୋର୍ଟ ଆଇନ ଧାରା ୧୦(୩୦) ଅଧିନରେ ଥିବା ବ୍ୟବସ୍ଥା ବାଧ୍ୟତାମୂଳକ ନୁହେଁ । ଏପ୍ରକାର ସ୍ଥିତିରେ ପାସପୋର୍ଟ ବାଜ୍ୟାପ୍ତି ନେଇ ଦିଆଯାଉଥିବା ଆଦେଶ ଆଇନ ସଙ୍ଗତ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି ।
ଜଷ୍ଟିସ୍ ଶଶିକାନ୍ତ ମିଶ୍ରଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏ.କେ. ସିପାନୀଙ୍କ ଆବେଦନର ଶୁଣାଣି କରି ଏହି ରାୟ ଦେଇଛନ୍ତି ।
ରିପୋର୍ଟ ଅନୁସାରେ ଆବେଦନକାରୀଙ୍କ ନାଁରେ ୨୦୧୦ରେ ଜଗତସିଂହପୁର ମେରାଇନ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଉକ୍ତ ବ୍ୟକ୍ତିଙ୍କ ପାସପୋର୍ଟ ବାଜ୍ୟାପ୍ତି ନେଇ ପୋଲିସ ପକ୍ଷରୁ ଆବେଦନ କରାଯାଇଥିଲା । କିନ୍ତୁ ଆବେଦନକାରୀଙ୍କ ପାସପୋର୍ଟର କାର୍ଯ୍ୟକାଳ ୨୦୨୯ ପର୍ଯ୍ୟନ୍ତ ଥିଲା ।
ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ପରେ ୨୦୨୦ ଜାନୁଆରୀ ୨୭ ଓ ଏପ୍ରିଲ ୧୫ରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା ।