fbpx

OJEE : MBBS ଓ BDS ଆଡ଼ମିଶନ ପାଇଁ ଆଜି ଆସିବ ଚୂଡ଼ାନ୍ତ ତାଲିକା

ଭୁବନେଶ୍ୱର : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା – ଓ.ଜେ.ଇ.ଇ. ପକ୍ଷରୁ ଗତକାଲି ଏମ୍‍.ବି.ବି.ଏସ୍‍. ଓ ବି.ଡି.ଏସ୍‍. ପାଠ୍ୟକ୍ରମରେ ନାମଲେଖାପାଇଁ ପରିବର୍ଦ୍ଧିତ ମେରିଟ୍‍ ଲିଷ୍ଟ ପ୍ରକାଶ ପାଇଛି । ଏହି ଲିଷ୍ଟ ଆଧାରରେ ତୃତୀୟ ପଞ୍ଜୀକରଣ ପାଇଁ ଆଜି ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ଆଜିଠାରୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ଆବେଦନକାରୀ ଚଏସ୍‍ ଫିଲିଙ୍ଗ୍‍ କରିପାରିବେ । ଆସନ୍ତା ୧୮ ତାରିଖରେ ଚୂଡ଼ାନ୍ତ ସିଟ୍‍ ଆବଣ୍ଟନ କରାଯାଇ ୨୧ରୁ ୨୨ ତାରିଖ ମଧ୍ୟରେ ନାମଲେଖା ହେବ ।

ଏନେଇ ସମସ୍ତ ସୂଚନା OJEE ୱେବସାଇଟରେ ଉପଲବ୍ଧ ହେବ। ଏଥିପାଇଁ ସମସ୍ତ କୃତକାର୍ଯ୍ୟ ଛାତ୍ରଛାତ୍ରୀ ଏହି ojee.nic.in କିମ୍ବା www.odishajee.com ୱେବସାଇଟରେ ସବିଶେଷ ବିବରଣୀ ପାଇପାରିବେ। ବିଭିନ୍ନ ସରକାରୀ ଏବଂ ହାଇଟେକ୍ ମେଡିକାଲ୍ (ବେସରକାରୀ) କଲେଜ ଗୁଡ଼ିକ ରାଜ୍ୟ ସରକାରଙ୍କ ନିୟମ ଓ ନିୟମାବଳୀ ଅନୁସରଣ କରି ମେରିଟ୍ ତାଲିକା ଆଧାରରେ MBBS / BDS ସିଟର ଆଡମିଶନ୍ କରିବେ।

Get real time updates directly on you device, subscribe now.