ଓମାରଙ୍କ ମନ୍ତ୍ରୀମଣ୍ଡଳ; ଜାଣନ୍ତୁ କେଉଁ ମନ୍ତ୍ରୀଙ୍କୁ ମିଳିଳା କେଉଁ ବିଭାଗ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ୨ୟ ତଥା କେନ୍ଦ୍ର ଶାସିତ ପ୍ରଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଓମାର ଅବଦୁଲ୍ଲା । ଅକ୍ଟୋବର ୧୬କୁ ଜାମ୍ମୁ କାଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଶପଥ ଗ୍ରହଣର ୨ ଦିନ ପରେ ମନ୍ତ୍ରୀଙ୍କ ବିଭାଗର ଭାଗବଣ୍ଟା କରାଯାଇଛି । ଏନେଇ ଉପ ରାଜ୍ୟପାଳ ଏକ ନିର୍ଦ୍ଦେଶ ଜାରି କରିଛନ୍ତି ।

ଧାରା ୩୭୦ ଉଚ୍ଛେଦ ହେବା ପରେ କେନ୍ଦ୍ର ଶାସିତ ଜାମ୍ମୁ କାଶ୍ମୀରର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଓମାର ଅବଦୁଲ୍ଲା । ତାଙ୍କ ସହ ୫ ଜଣ ବିଧାୟକ ମଧ୍ୟ ମନ୍ତ୍ରୀ ପଦର ଶପଥ ନେଇଥିଲେ । ଆଜି ଏହି ସମସ୍ତ ମନ୍ତ୍ରୀଙ୍କ ବିଭାଗର ଘୋଷଣା କରାଯାଇଛି । ଉପ ମୁଖ୍ୟମନ୍ତ୍ରୀ ସୁରିନ୍ଦର କୁମାର ଚୌଧୁରୀଙ୍କୁ ଲୋକ ନିର୍ମାଣ ବିଭାଗ(PWD), ଖଣି, ଶ୍ରମ ଏବଂ ରୋଜଗାର, କୌଶଳ ବିକାଶ ବିଭାଗର ଦାୟିତ୍ୱ ଦିଆଯାଇଛି । ସେହିପରି ସକୀନା ମସୁଦଙ୍କୁ ସ୍ୱାସ୍ଥ୍ୟ ଏବଂ ଚିକିତ୍ସା, ସ୍କୁଲ ଶିକ୍ଷା, ଉଚ୍ଚ ଶିକ୍ଷା ଏବଂ ସମାଜ କଲ୍ୟାଣ ବିଭାଗ, ଜାଭେଦ ଅହମଦ ରାଣାଙ୍କୁ ଜଳ ଶକ୍ତି, ଜଙ୍ଗଲ, ପର୍ଯ୍ୟାବରଣ ଓ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ବିଭାଗ, ଜାଭିଦ୍ ଅହମଦ୍ ଦାରଙ୍କୁ କୃଷି ଉତ୍ପଦନ, ଗ୍ରାମ୍ୟ ବିକାଶ ଏବଂ ପଞ୍ଚୟତି ରାଜ୍ ଏବଂ ସତୀଶ ଶର୍ମାଙ୍କୁ ଖାଦ୍ୟ, କନଜ୍ୟୁମର ଆଫେୟାର୍ସ, ପରିବହନ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଇତ୍ୟାଦି ବିଭାଗର ଦାୟିତ୍ୱ ଦିଆଯାଇଛି । କହିରଖୁଛୁ ଜାମ୍ମୁ କାଶ୍ମୀରରେ ହୋଇଥିବା ୯୦ଟି ବିଧାନସଭା ଆସନ ପାଇଁ ହୋଇଥିବା ନିର୍ବାଚନରେ ନ୍ୟାସନାଲ କନଫରେନ୍ସ (୪୨), କଂଗ୍ରେସ(୬), ପିଡିପି(୩), ଜେପିସି(୧), ସିପିଆଇଏସ୍‌(୧), ଆପ୍‌(୧), ସ୍ୱାଧୀନ(୭) ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି ।

मंत्रियों के विभागों का ऐलान

 

Get real time updates directly on you device, subscribe now.