fbpx

‘ଓମିକ୍ରନ’ ଭାରିଆଣ୍ଟ ଆଶଙ୍କାରେ ଓଡ଼ିଶା ସରକାରଙ୍କ ଚିନ୍ତା, ଆସୁଛି ଗାଇଡଲାଇନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ସଂକ୍ରମଣ ଟିକେ କମି ଆସିଲା ବେଳକୁ ପୁଣି ନୂଆ ଭାରିଆଣ୍ଟ ଚିନ୍ତା ବଢ଼ାଇଛି । ଏହି ନୂଆ ଭାରିଆଣ୍ଟକୁ ‘ଓମିକ୍ରନ’ ନାଁରେ ନାମିତ କରାଯାଇଛି । କୋଭିଡର ଓମିକ୍ରନ ଭାରିଆଣ୍ଟ ନେଇ ଚିନ୍ତା ପ୍ରକଟ କରିଛନ୍ତି ରାଜ୍ୟ ସରକାର । ଖୁବଶୀଘ୍ର ଓମିକ୍ରନ ନେଇ ଆସିବ ରାଜ୍ୟ ଗାଇଡଲାଇନ୍ । ସନ୍ଦିଗ୍ଧ ଓ ସଂକ୍ରମିତ ଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ ନଜର ରଖାଯିବ । ବିଦେଶରୁ ଆସୁଥିବା ସବୁ ଯାତ୍ରୀଙ୍କ କୋଭିଡ ଟେଷ୍ଟ କରାଯିବ । ବିଦେଶ ଫେରନ୍ତାଙ୍କ ପାଇଁ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ ହେବ । ପଜିଟିଭ୍ ଚିହ୍ନଟ ହେଲେ ଜିନମ ସିକ୍ୱେନ୍ସିଂ କରାଯିବ ।

ଅନ୍ୟପଟେ ସ୍କୁଲଗୁଡିକରେ କୋଭିଡ ଲକ୍ଷଣ ନେଇ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ଲକ୍ଷଣ ଥିଲେ ଛାତ୍ର, ଶିକ୍ଷକ ଓ ଅଭିଭାବକ ସ୍କୁଲ ନଆସିବାକୁ ପରାମର୍ଶ ଦିଆଯାଇଛି । ହଷ୍ଟେଲ ଓ ଜନଗହଳି ସ୍ଥାନଗୁଡ଼ିକ ଉପରେ ବିଭାଗର ନଜର ରହିଛି । ଟେଷ୍ଟିଂ, ଟ୍ରାକିଂ ଓ ଟିକାକରଣ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତିି । ଏନେଇ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.